ବେଲବାଞ୍ଜି ଜଙ୍ଗଲରୁ ନର କଙ୍କାଳ ଠାବ, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା ରେଲୱେ ଷ୍ଟେସନ ପାଖ ବେଲବାଞ୍ଜି ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି | ତୁରେକେଲା ପୁଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଜଙ୍ଗଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ମହନିଲହ ଗାଁକୁ ଲାଗି ବେଲବାଞ୍ଜି ଜଙ୍ଗଲ ରହିଛି | ଗାଁ’ର ଲୋଚନ ଗଡ଼ତିଆ ଛେଳି ଚରାଇବାକୁ ଆସିଥିବାବେଳେ ଏକ କଙ୍କାଳ ଦେଖିଥିଲେ | କଙ୍କାଳର ଖପୁରୀ ,ମେରୁଦଣ୍ଡ ,ଗୋଡ଼ର ହାଡ଼, ହାତର ହାଡ଼ ଏବଂ ପାଖରେ ଏକ କପଡା ପଡିଥିବା ଦେଖିବାକୁ ପାଇଥିଲେ | ଏନେଇ ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ପହଂଚିଥିବା ଜଣାପଡିଛି | ଏହି ହାଡ଼ କଙ୍କାଳଟି ମହିଳା କି ପୁରୁଷର ତାହା ଅସ୍ପଷ୍ଟ ରହିଛି | ଜଙ୍ଗଲ ଭିତରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସେପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିବାବେଳେ ଆଉ କିଛି ସମୟ ପରେ ସାଇଣ୍ଟିଫିକ ଟିମ ଆସିଲା ପରେ ହିଁ ତଦନ୍ତ କରାଯିବ ବୋଲି କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି |

ସମ୍ବନ୍ଧିତ ଖବର