କାକିରିଗୁମ୍ମା/କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ନିକଟ ମାଣିଆ ଡଙ୍ଗରରୁ ଏକ କଙ୍କାଳକୁ ଉଦ୍ଧାର କରିଛି କାକିରିଗୁମ୍ମା ପୁଲିସ। ଗୌଡଗୁଡା ନିକଟରେ ରହିଥିବା ଏହି ଜଙ୍ଘଲରୁ ବିକ୍ଷିପ୍ତ ଭାବେ ପଡିଥିବା ମୁଣ୍ଡର ଖପୁରି, ହାଡ, ଲୁଗା ଚୁଟି ସହ ଶରୀରର ଅସ୍ଥି ଜବତ କରିଥିବା ଜଣାପଡିଛି। ପୁଲିସ ଅସ୍ଥି ସଂଗ୍ରହ କରି ଭୁବନେଶ୍ବରସ୍ଥିତ ଫରେନ୍ସିକ ଟିମ୍ ନିଟକକୁ ପଠାଯାଇଥିବା ଜଣାପଡିଛି। ତେବେ ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଜଣେ ମହିଳାଙ୍କର ଏହି ଶବ ହୋଇଥିବା ଆଶଙ୍କା କରାଯାଉଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ଏହି ଡଙ୍ଗର ଉପରକୁ ମହିଳା ଜଣକ ଗଲେ ନା ସେଠାକୁ ନେଇ ହତ୍ୟା କରାଯାଇଛି ତାହାର ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୨ଟା ୩୦ ବେଳେ ଜଣେ ମେଣ୍ଢା ଚରାଳି ଡଙ୍ଗର ଉପରେ କଙ୍କାଳ ପଡିଥିବାନେଇ ସ୍ଥାନୀୟ ସରପଞ୍ଚ ଡମ୍ବରୁଧର ମୁଦୁଲିଙ୍କୁ ଜଣାଇଥିଲେ। ଏହାପରେ ଡମ୍ବରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଓ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ କଙ୍କାଳକୁ ସଂଗ୍ରହ କରାଯାଇ ଜିଲ୍ଲା ମୁଖ୍ୟଳୟକୁ ଅଣାଯାଇଛି। ସେଠାରୁ ଭୁବେନଶ୍ବରକୁ ପଠାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG-20210323-WA0013.jpg)