ରାୟଗଡ଼ା: ରାୟଗଡ଼ା ଠାରୁ କୋରାପୁଟ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ନୂଆସାହି ପାହାଡ଼ ତଳୁ ଆଜି ଜଣେ ନିଖୋଜ ସିଆରପିଏଫ୍ ଯବାନଙ୍କ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାଯାଇଛି। ଗତ ବର୍ଷ ଡିସେମ୍ବରରୁ ନିଖୋଜ ଥିବା ସିଆରପିଏଫ ଯବାନ ଧରମ ଦେବ (୫୧)ଙ୍କ ବୋଲି ସ୍ପଷ୍ଟ କରିଛି ସାଇଣ୍ଟିଫିକ୍ ଟିମ୍।
ସୂଚନା ଅନୁସାରେ ଆଜି ଅପରାହ୍ନରେ ନୂଆସାହିର କିଛି ଲୋକ ପାହାଡ଼ ତଳକୁ କିଛି କାମରେ ଯାଇଥିଲେ। ସେଠାରେ ସେମାନେ ଦୁର୍ଗନ୍ଧ ଆସୁଥିବା ଜାଣିଥିଲେ। କାଳେ ମଣିଷର ମୃତହେଦ ହୋଇଥାଏ ପାରେ ବୋଲି ସେମାନେ ପୁଲିସକୁ ଖବର ଦେଇଥିଲେ। ଲୋକଙ୍କ ଠାରୁ ସୂଚନା ପାଇ ରାୟଗଡ଼ା ଏସ୍ଡିପିଓ ତପନ ନାରାୟଣ ରଥ, ଆଇଆଇସି ନିହାର ରଞ୍ଜନ ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ସେମାନେ ନରକଙ୍କାଳ ଠାବ କରିଥିଲେ। ନରକଙ୍କାଳ ନିକଟରେ ୨ଟି ବ୍ୟାଗ୍ ମିଳିଥିଲା। ଏଥିରେ ୨ଟି ଡ୍ରେସ୍, ୨ଟି ମୋବାଇଲ, ବ୍ୟାଙ୍କ ଚେକ୍ବୁକ୍, ୨ଟି ଚପଲ, ଯୋତା, କମ୍ବଳ ମିଳିଥିଲା। ସେହିପରି ବ୍ୟାଗ୍ ଭିତରୁ ଧରମ ଦେବଙ୍କ ଆଧାରକାର୍ଡ ମଧ୍ୟ ମିଳିଥିଲା।
/sambad/media/post_attachments/wp-content/uploads/2020/02/raya1-1024x473.jpg)
ନରକଙ୍କାଳ ଠାବ ହେବା ପରେ ରାୟଗଡ଼ା ଏସ୍ପି ଶର୍ବଣା ବିବେକ, ଦ୍ୱିତୀୟ କମାଣ୍ଡାଣ୍ଟ ଏସ୍.କେ. ଠାକୁର, ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ଵାର୍ଡ ତଦନ୍ତ ଆରମ୍ଭ କରିଛନ୍ତି। ତେବେ କଙ୍କାଳ ଠାରୁ ମୁଣ୍ଡ ଅଲଗା ହୋଇଥିବାରୁ ସିଆରପିଏଫ ଯବାନ ଧରମ ଦେବଙ୍କୁ କେହି ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦେଇଥାଇପାରେ ବୋଲି ମଧ୍ୟ ସନ୍ଦେହ ହେଉଛି। ପୁଣି କୁହାଯାଉଛି କି, ଧରମ ଦେବ ଦିଲ୍ଲୀ ଯିବାକୁ ଆଗ୍ରହୀ ନ ଥିଲେ।
ଧରମ ଦେବ ଉତ୍ତର ପ୍ରଦେଶର ଥିଲେ। ତାଙ୍କୁ ଦିଲ୍ଲୀରେ ଡ୍ୟୁଟି କରିବାକୁ ଆଦେଶ ହୋଇଥିଲା। ସେଥି ପାଇଁ ସେ ୨୦୧୯ ଡିସେମ୍ବର ୧୯ରେ ୪ର୍ଥ ବାଟାଲିଅନ୍ କ୍ୟାମ୍ପରୁ ବାହାରି ଯାଇଥିଲେ। କିନ୍ତୁ ଜାନୁଆରୀ ୨ ପର୍ଯ୍ୟନ୍ତ ଡ୍ୟୁଟିସ୍ଥାନରେ ନପହଞ୍ଚିବାରୁ ଏନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/raya2.jpg)
