ମୋହନା : ମୋହନା ବ୍ଲକ୍ ଅଧୀନ ଚାନ୍ଦିପୁଟ ପଞ୍ଚାୟତ କାଳିଆପାଟା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରକୁ ଓଡ଼ିଶା ଦକ୍ଷତା ବିକାଶ ବୋର୍ଡ଼ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ପରିଦର୍ଶନରେ ଆସିଥିବା ଜଣାପଡ଼ିଛି। ଏହି ଅବସରରେ ସେ ଶ୍ରେଣୀ ପ୍ରକୋଷ୍ଠ ଓ ଵାର୍କସପ୍ ବୁଲି ଦେଖିଥିଲେ। ଆଗାମୀ ଦିନରେ ଉକ୍ତ ଅନୁଷ୍ଠାନରେ ଜାତୀୟ ବିକାଶ ଦିବସ ବିଜ୍ଞାନ ମେଳା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆସି ଯୋଗ ଦେବା ପାଇଁ କହିଥିଲେ। ଏହି ଅବସରରେ ଅନୁଷ୍ଠାନଟି ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ଅବଦାନ ପାଇଁ ଗଜପତି ଜିଲ୍ଲାର କେନ୍ଦ୍ରବିନ୍ଦୁ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ଅଧିକରୁ ଅଧିକ ଯୁବତୀମାନଙ୍କୁ ନାମ ଲେଖାଇବା ପାଇଁ ଅଧ୍ୟକ୍ଷ ଜଗଦିଶ ଆଇବ୍ରୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅନୁଷ୍ଠାନର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ସ˚ଗ୍ରାମ ଶେଖର ପଣ୍ତା, ପିଏ, ଆଇଟିଡିଏ ସରୋଜ କୁମାର ବେହେରା, ଜିଲ୍ଲା ନିଯୁକ୍ତି ଅଧିକାରୀ, ମୋହନା ବିଡିଓ ବ˚ଶୀଧର ଖୋସଲା, ତହସିଲଦାର କଲ୍ୟାଣୀ ସ˚ଘମିତ୍ରା ଦେବୀ, ଥାନାଧିକାରୀ ସୁଜିତ କୁମାର ନାୟକ ଓ ଅନୁଷ୍ଠାନର ହରିକୃଷ୍ଣ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଊପସ୍ଥିତ ଥିଲେ।
ଦକ୍ଷତା ବିକାଶ ବୋର୍ଡ଼ ଅଧ୍ୟକ୍ଷଙ୍କ କାଳିଆପଟା ଆଇଟିଆଇ ପରିଦର୍ଶନ
/sambad/media/post_attachments/wp-content/uploads/2021/02/IMG-20210202-WA0021.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)