ରାୟଗଡା: ଗୁରୁବାର ସନ୍ଧ୍ୟାରେ ରାୟଗଡାରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ସ୍ଥାନୀୟ ୮ ନମ୍ବର ୱାର୍ଡ ଅନ୍ତର୍ଗତ ଡିଏଫଓ କଲୋନିର ତୃତୀୟ ଲାଇନରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପରିବାର ଏକ ବସ୍ତି କରି ବସବାସ କରୁଛନ୍ତି। ଦୀର୍ଘବର୍ଷ ହେଲା ଏଠାରେ ଲୋକେ ବସବାସ କରି ଆସୁଥିବା ବେଳେ ଏହି ବସ୍ତି ଦେଇ ଡ୍ରେନେଜ ଯାଇଛି। ସହରର ବିଭିନ୍ନ ଅଂଚଳର ଡ୍ରେନେଜ ପାଣି ଏହି ବସ୍ତି ଡ୍ରେନେଜ ଦେଇ ନଦୀରେ ପଡୁଛି।ଯାହାଫଳରେ ବସ୍ତିର ଶେଷ ମୁଣ୍ଡରେ ମାଟି ଅତଡା ଖସିବାରେ ଲାଗିଛି। ଏନେଇ ବସ୍ତିବାସିନ୍ଦା ପୌର ପରିଷଦ ନିକଟରେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏପରିକି ବିଜେପିର ଏକ ମହିଳା ଦଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି।
ଆଜି ଗୁରୁବାର ସନ୍ଧ୍ୟାରେ ବର୍ଷା ହେବା ଫଳରେ ଡ୍ରେନଜରେ ପାଣି ଜମା ରହିବା ସହ ଘର ଭିତରେ ପାଣି ପଶିଥିଲା।ଯାହାଫଳରେ ଲୋକେ ବହୁ ହଇରାଣ ହୋଇଥିଲେ। ସ୍ଥାନୀୟ ମହିଳାମାନେ ଏନେଇ ପୌର ପରିଷଦକୁ ଅବଗତ କରାଇବା ପରେ ମଧ୍ୟ କେହି ଦେଖିବା ପାଇଁ ଆସିଲେ ନାହଁ। ଯାହାଫଳରେ ବର୍ଷା ଛାଡିବା ମାତ୍ର ମା’ ମଝିଘରିଆଣିଙ୍କ ମନ୍ଦିର ରାସ୍ତା ଏବଂ ରିଙ୍ଗ ରୋଡକୁ ଯିବା ରାସ୍ତାକୁ ଅବରୋଧ କରି ରଖିଛନ୍ତି। ବହୁ ଲୋକ ରାସ୍ତାର ଦୁଇ ପଟେ ଅଟକି ରହିଥିବା ଦେଖିବାକୁ ମିଳିଛି। ଯେତେବେଳ ପର୍ଯ୍ୟନ୍ତ ପୌର ପରିଷଦର କୌଣସି ଅଧିକାରୀ ଆସିବେ ନାହିଁ ସେତେବେଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିବ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ। ଧିରେ ଧିରେ ମାଟି ଅତଡା ଖସୁଥିବାରୁ ସମ୍ପୂର୍ଣ୍ଣ ବସ୍ତି ଧ୍ବଂସ ହୋଇଯିବ ବୋଲି କୁହାଯାଇଛି। ତେଣୁ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ବିପଦ ରହିଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Rgda-Drain-re-pani-jamila-road-blocked-3.jpg)