ଜାଗା ମିଶନ କାଯ୍ୟକାରୀ ଦାବିରେ ଡେପୁଟି କମିଶନରଙ୍କୁ ଘେରିଲେ ବସ୍ତିବାସିନ୍ଦା

ରାଉରକେଲା : ସହରାଞ୍ଚଳ, ପୌରପାଳିକା, ବିଜ୍ଞାପିତ ପରିଷଦରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗେଇଦେବାକୁ ରାଜ୍ୟ ସରକାର “ଜାଗା ମିଶନ “ଆରମ୍ଭ କରିଥିଲେ | କିନ୍ତୁ ରାଉରକେଲା ମହାନଗରରେ କର୍ମଚାରୀ ହେଉ କି ସରକାରୀ ଉଦାସୀନତା ଯୋଗୁଁ ଏହି କାର୍ଯ୍ୟ ଏକ ପ୍ରକାରର ଠପ ହୋଇଯାଇଥିବା ଦେଖାଯାଇଛି | ରାଉରକେଲା ମହାନଗରରେ ସହରର ମୂଲ୍ୟବାନ ଜମି ହଡପ ଭଳି ମାମଲା ବିଗତ ଦିନରେ ଦେଖିବାକୁ ମିଳିଥିବାବେଳେ ବସ୍ତିବାସିନ୍ଦା ନିଜର ପରିଚୟ ଖୋଜୁବୁଲୁଛନ୍ତି |

ରାଉରକେଲା ସହରର ପାନପୋଷ, ଗୋପବନ୍ଧୁପଲ୍ଲୀ, ଛେଣ୍ଡ, ରେଲୱେ କଲୋନୀ, ରାଜୀବ ବସ୍ତି, ଶୀତଳପଡ଼ା, ଟ୍ରାଫିକ ମାର୍କେଟ ଏବଂ ବହୁତ ବସ୍ତି ଅଞ୍ଚଳରେ ୨୦୧୮ ରେ ସର୍ଭେ କାର୍ଯ୍ୟ କରାଯାଇ, କିଛି ଲୋକଙ୍କୁ ଜମି ଦିଆଯାଇଥିଲାବେଳେ ସିଂହଭାଗ ବସ୍ତିବାସିନ୍ଦା ଏବେ ବି ରାଜ୍ୟସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି |

ଆଉ ଏ ନେଇ ଆଜି ବିଭିନ୍ନ ବସ୍ତି ଅଞ୍ଚଳର ମହିଳା ବିଜେପି ନେତ୍ରୀ ତଥା ସମାଜସେବୀ ନୂତନ ଦୀପଙ୍କ ନେତୃତ୍ୱରେ ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ ଭୋଈଙ୍କୁ ଭେଟି ବସ୍ତିବାସିନ୍ଦାଙ୍କ ଦାବି ଜଣାଇଥିଲେ, ଏ ନେଇ କମିଶନର ସମ୍ପୂର୍ଣ ସହଯୋଗ କରିବା ସହ କିପରି ଶୀଘ୍ର ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ଉପସ୍ଥିତ ମହିଳା ସମେତ ବିଜେପି ନାରୀନେତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ |

ସମ୍ବନ୍ଧିତ ଖବର