କେନ୍ଦ୍ରାପଡ଼ା: ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନର ଶୁଭାରମ୍ଭ ହେବ। ତା’ ସହିତ ୧୫୨୬କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବାକୁ ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ମ୍ୟୁନିସିପାଲ୍ଟି ଟାଉନହଲ୍ରେ ସ୍ବତନ୍ତ୍ର ସଭା ଆୟୋଜନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏଥିରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଏବ˚ ଦୁଇମନ୍ତ୍ରୀଙ୍କୁ ସ୍ବାଗତ ନିମନ୍ତେ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ହୋର୍ଡି˚, ବ୍ୟାନର୍ ଲଗାଯାଇଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ସମେତ ଜିଲ୍ଲାର ପାଞ୍ଚ ବିଧାୟକଙ୍କ ଫଟୋ ଶୋଭା ପାଇଥିବା ଏହି ବ୍ୟାନର୍ଗୁଡ଼ିକରୁ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସା˚ସଦ ଅନୁଭବ ମହାନ୍ତିଙ୍କ ଫଟୋ ଗାଏବ୍ ହୋଇଯାଇଛି। କୌଣସି ଗୋଟିଏ ହେଲେ ବ୍ୟାନର୍ରେ ସା˚ସଦଙ୍କ ଫଟୋ ଦେଖିବାକୁ ମିଳିନାହିଁ, ଠିକ୍ ଯେମିତି କଟକରେ ସା˚ସଦ ଭର୍ତ୍ତୃହରି ମହତାବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଯାଇ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ସାରା ଜିଲ୍ଲାର ବିଧାୟକଙ୍କ ଫଟୋ ଥିବା ହୋର୍ଡି˚ ଯେଉଁ ସହରରେ ମରାଯାଇଥିଲା, ସେଥିରେ ସା˚ସଦ ଭର୍ତ୍ତୃହରି ମହତାବଙ୍କ ଫଟୋ ନ ଥିଲା। ତେଣୁ ସା˚ସଦ ଭର୍ତ୍ତୃହରିଙ୍କ ପରି ଅନୁଭବ ବି ବିଜେଡି ପାଇଁ ଯେ ସମ୍ପୂର୍ଣ୍ଣ ଅଲୋଡ଼ା ହେଇଯାଇଛନ୍ତି, ଏ କଥା ଆଉ ବୁଝିବାକୁ ବାକି ନାହିଁ।
/sambad/media/post_attachments/wp-content/uploads/2020/07/images-12.jpeg)
ସା˚ସଦଙ୍କ ଫଟୋ ବ୍ୟାନର୍ରୁ ବାଦ୍ ପଡ଼ିବା ଘଟଣା କିଛି ନୂଆ ନୁହେଁ। ଅତୀତରେ ଜିଲ୍ଳାର ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ସା˚ସଦଙ୍କ ଫଟୋ ହେଉ କି’ ଫଳକରେ ନାଁ ଦେଖିବାକୁ ମିଳିନାହିଁ। ଅବସ୍ଥା ଏମିତି ଯେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ସା˚ସଦ କରିଥିଲେ, ତାର ଉଦ୍ଘାଟନ ବେଳକୁ ତାଙ୍କୁ ଡକାଯିବା ତ ଦୂରର କଥା ଫଳକରେ ନାଁ ବି ରଖାଯାଇ ନଥିବା ନଜିର୍ ରହିଛି। ଅଭିନେତ୍ରୀ ପତ୍ନୀଙ୍କ ସହିତ ପାରିବାରିକ ହି˚ସା ମାମଲାରେ ଫସିବା ପରଠାରୁ ଅନୁଭବଙ୍କୁ ଦଳ ଦୂରେଇ ଦେଇଥିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇ ସାରିଛି। ଆଉ ଏହି ଧାରଣା ଏବେ ସତ ହେବାରେ ଲାଗିଛି, ଯେତେବେଳେ କି’ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ମାର୍ଟର୍ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ଏବ˚ ୧୫୨୬କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ପରିପ୍ରେକ୍ଷୀରେ ଲଗାଯାଇଥିବା କୃତଜ୍ଞତା ବ୍ୟାନର୍ରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରାଯାଇ ଦୁଇ ମନ୍ତ୍ରୀ ଏବ˚ ଜିଲ୍ଲାର ପାଞ୍ଚ ବିଧାୟକଙ୍କ ଫଟୋ ରହୁଛି। ଏଥିରୁ ବାର୍ତ୍ତା ସ୍ପଷ୍ଟ ମନେ ହେଉଛି ଯେ ବିଜେଡିରେ ଅନୁଭବ ସ˚ପୂର୍ଣ୍ଣ ଅଲୋଡ଼ା ହେଇସାରିଛନ୍ତି। ଆସନ୍ତାକାଲି ଟାଉନହଲ୍ରେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଥିରେ ଦୁଇମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟ ଚାରି ନିର୍ବାଚନମଣ୍ତଳୀରେ ବିଧାୟକ ମାନେ ପୃଥକ୍ ସ୍ବତନ୍ତ୍ର ସଭା ଆୟୋଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ମନ୍ତ୍ରୀ ଓ ବିଧାୟକମାନେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ବୋଲି ଜଣାପଡ଼ିଛି।