କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ନିମନ୍ତେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧୢମରେ ମୁଖ୍ୟମନ୍ତ୍ରୀ ଯୋଡ଼ି ହୋଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହିତ ପାଖାପାଖି ୧୫୨୬କୋଟି ବ୍ୟୟର ୧୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଟାଉନ ହଲ୍‌ରେ ଆୟୋଜିତ କର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଜଳସ˚ପଦ ଓ ସୂଚନା ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାସ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଯୋଗ ଦେଇ ଶୁଭାରମ୍ଭ ପରିପ୍ରେକ୍ଷୀରେ ଛଅ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ୍‌ ୩ଲକ୍ଷ ୮ହଜାର ପରିବାରର ସାଢେ଼ ୧୧ଲକ୍ଷ ସଦସ୍ୟ ଏହି ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି˚ରେ ଉଦ୍‌ବୋଧନ ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସ୍ମାର୍ଟ କାର୍ଡ ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଳାର ଗରିବ ଲୋକମାନଙ୍କୁ ଆଉ ଚିକିତ୍ସା ପାଇଁ ସୁନା ଗହଣା କିମ୍ବା ଜମି ବିକିବାକୁ ପଡ଼ିବ ନାହିଁ। ପିଲାମାନେ ମଧୢ ଅର୍ଥ ଅଭାବରୁ ଅଧାରୁ ପାଠ ଛାଡ଼ିବେ ନାହିଁ। ଗରିବ ଜନସାଧାରଣଙ୍କ ପାଇଁ ଏହି ହେଲ୍‌ଥ କାର୍ଡ ରକ୍ଷା କବଚ ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ବାଢ଼ିବା ସହିତ ଦେଶର ବଡ଼ ବଡ଼ ୨୦୦ଟି ହସ୍ପିଟାଲ୍‌ରେ ବି ଏହାଦ୍ବାରା ଚିକିତ୍ସା ସୁବିଧା ମାଗଣାରେ ମିଳିପାରିବ ବୋଲି କହିଥିଲେ। ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ହିତାଧିକାରୀ ମାନେ ୫୬ଟି ସରକାରୀ ଏବ˚ ୯ଟି ବେସରକାରୀ ହସ୍ପିଟାଲ୍‌ରେ ଏହି କାର୍ଡ ଦ୍ବାରା ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କୁହାଯାଇଛି। କେନ୍ଦ୍ରାପଡ଼ା ସହିତ ପିତା ବିଜୁ ବାବୁଙ୍କ ସ˚ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଜିଲ୍ଲାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ରହିଛି। କେନ୍ଦ୍ରାପଡ଼ାରେ ଶିଳ୍ପର ବିକାଶ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା।

Advertisment

ଏହି ଦାବିକୁ ପୂରଣ କରିବାକୁ ଯାଇ ଜିଲ୍ଳାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଆରସେଲର ମିତ୍ତଲ ସହିତ ଚୁକ୍ତିନାମା ସ୍ବାକ୍ଷର କରି ରାଜ୍ୟ ସରକାର କେନ୍ଦ୍ରାପଡ଼ାକୁ ଶିଳ୍ପ ମାନଚିତ୍ର ସହିତ ଯୋଡ଼ିବାକୁ ପ୍ରୟସା କରିଛନ୍ତି। ବଳରାମ ଯୋଜନାରେ ୨୧ହଜାର ଭୂମିହୀନ ଚାଷୀଙ୍କୁ ୪୩କୋଟିର ସହାୟତା ଦିଆଯାଇଥିବା ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ୧୮୫କୋଟି ୪୬ଲକ୍ଷ ୯୧ହଜାର ଟଙ୍କା ବ୍ୟୟରେ ୪୮ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ୧୩୪୦କୋଟି ୨୫ଲକ୍ଷ ୭୨ହଜାର ଟଙ୍କାର ବ୍ୟୟର ୧୦୪ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେହିପରି ଜିଲ୍ଲାର ଅନ୍ୟ ଚାରି ନିର୍ବାଚନ ମଣ୍ତଳୀରେ ମଧୢ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକମାନେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଜୀବନ ସୁରକ୍ଷାକାରୀ ସ୍ମାର୍ଟ କାର୍ଡ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

ବିଧାୟକ ଶଶୀଭୂଷଣ ବେହେରା ଉଦ୍‌ଘାଟନୀ ଭାଷଣ ଦେଇଥିବା ବେଳେ ମନ୍ତ୍ରୀ ରଘୁନନ୍ଦନ ଦାସ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧୢରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଡିଆରଡିଏ ପିଡି ରାଜେନ୍ଦ୍ର ପଣ୍ତା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା, ରାଜ୍ୟ ବିଜେଡି ଯୁଗ୍ମ ସ˚ପାଦକ ରାଜେଶ ପଣ୍ତା, କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୢକ୍ଷ ଶିବପ୍ରସାଦ ଭଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପୂର୍ବତନ କାଉନସିଲର‌୍‌ ହିରଣ୍ୟ କୁମାର ପଣ୍ତାଙ୍କ ସମେତ ଅନ୍ୟ ନେତୃ ମଣ୍ତଳୀ ଓ ବିଭାଗୀୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।