ଖୋର୍ଦ୍ଧା: ଚଳଚ୍ଚିତ୍ର ନିର୍ମାଣ ସଂଗଠନ ସ୍ମାଇଲ୍ କ୍ରିଏସନ ଦ୍ୱାରା ଶିଶୁ ଶିକ୍ଷା ସମ୍ପର୍କିତ ସମସ୍ୟାକୁ ନେଇ ଏକ କଳାତ୍ମକ ଚଳଚ୍ଚିତ୍ର "ଦ ୱାଲ୍ ଅଫ୍ ହରାଇଜନ'ର ଉନ୍ମୋଚନ ହୋଇଯାଇଛି ।
ସ୍ଥାନୀୟ ସମ୍ରାଟ ହୋଟେଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ମାଇଲ୍ କ୍ରିଏସନର ଅଧ୍ୟକ୍ଷା ନମିତା ପୂଜାହାରୀ ଅଧ୍ୟକ୍ଷତା କରିଥିଲେ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ, କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ପଣ୍ଡିତ ବ୍ରଜରାଜ ରଥ, ସୋନପୁରର ପ୍ରଧାନଶିକ୍ଷକ ତ୍ରିପୁରାରୀ ଲାଲ ବାବୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଚଳଚ୍ଚିତ୍ରଟି ପ୍ରାଥମିକ ସ୍ତରରେ ଶିଶୁମାନଙ୍କ ଶିକ୍ଷା ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅବହଳିତ, ଯାଯାବର ବର୍ଗର ଶିଶୁଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷା ପ୍ରସାର ନେଇ ଲୋକଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଚଳଚ୍ଚିତ୍ରର ନିଦେ୍ର୍ଦଶନା ଗିରୀଶ ନନ୍ଦ ଦେଇଥିବା ବେଳେ ପ୍ରଯୋଜନା ନମିତା ପୂଜାହାରୀ, ଚିତ୍ରନାଟ୍ୟ ନିଦେ୍ର୍ଦଶକ ଡା ଅନ୍ତର୍ଯାମୀ ତ୍ରିପାଠୀ, ସମ୍ପାଦକ ଅମରଜିତ ଓଝା, ସହ ନିଦେ୍ର୍ଦଶକ ସୁରେଶ ପ୍ରସାଦ, ସିନେମାଟୋଗ୍ରାଫର ସତ୍ୟପ୍ରକାଶ ରଥ, ନାଟ୍ୟ ନିଦେ୍ର୍ଦଶକ ଭାସ୍କର ରାୟ ମେହେଟ୍ଟା ଅଛନ୍ତି । କାର୍ଯ୍ୟକ୍ରମରେ ସୋନାଲି ରଥ ସଂଯୋଜନା କରିଥିବା ବେଳେ ରାମ କୃଷ୍ଣ ପଟ୍ଟନାୟକ, ଚିତ୍ତରଂଜନ ଦାଶ, ଡ ରାମଶଙ୍କର ତ୍ରିପାଠୀ, ଜୟଦେବ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।