ଅଳିଆଗଦାର ନିଆଁରେ ସାଧାରଣ ଜନତା ହନ୍ତସନ୍ତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ୭ ନଂ ୱାର୍ଡ ଗଢ଼ ନିକଟସ୍ଥ ଫିସାରୀ ଅଫିସ ପାର୍ଶରେ ଥିବା ଅଳିଆ ଗଦାରେ ନିଆଁ ଲଗାଇବାକୁ ବିରୋଧ କରୁଛନ୍ତି ଦୁଇ ୱାର୍ଡ ବାସିନ୍ଦା। ୱାର୍ଡବାସୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ଖଡଖାଇ ନଇକୂଳସ୍ଥିତ ରାଉତଖମାର ଓ ଗଢରେ ପୌରପରିଷଦର ବିଭିନ୍ନ ଅଂଚଳର କୁଢ କୁଢ ମଇଳା ପକାଯାଇ ନିଆଁ ଲଗାଯାଉଥିଲା। ଫଳରେ ସହର ଯାକ ଧୂଆଁମୟ ହେଉଥିଲା। ତେବେ ୬ ନଂ ୱାର୍ଡ ବାସିନ୍ଦା ଅଭିଯୋଗ କରିବା ପରେ ରାଉତଖମାରଠାରେ ଥିବା ଅଳିଆକୁ ପୌରପରିଷଦ ପକ୍ଷରୁ ଉକ୍ତ ସ୍ଥାନରୁ ଶହ ଶହ ଟ୍ରାକ୍ଟର ମଇଳା ଆବର୍ଜ୍ଜନା ସେଠାରୁ ହଟାଇ ଦିଆଯାଇଥିଲା। ପରେ ଗଢ଼ଠାରେ ଥିବା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଅଳିଆ ଆବର୍ଜନା ଟ୍ରାକ୍ଟର ସାହାର୍ଯ୍ୟରେ ପକାଯାଉଛି। ଯାହାକି ବର୍ତ୍ତମାନ ଛଟ ପାହାଡ଼ ସଦୃଶ୍ୟ ହେଉଛି।

ତେବେ କିଛିଦିନ ବ୍ୟବଧାନରେ ସେଥିରେ ନିଆଁ ଲଗାଇ ଦେଉଥିବାରୁ ୬ ଓ ୭ ନଂ ୱାର୍ଡ ସମେତ ରାଇରଙ୍ଗପୁର ସହର ମଧ୍ୟ ଧୂଆଁମୟ ହୋଇ ଉଠୁଛି। ଫଳରେ ପରିବେଶ ମଧ୍ୟ ଦୂଷିତ ହେଉଛି। ଫଳରେ ସେହି ୱାର୍ଡ ସମେତ ସହରର ଜନ ସାଧାରଣ ଧୂଆଁରେ ଅଣ ନିଶ୍ୱାସ ହେଉଛନ୍ତି। ଧୂଆଁ ହେଉଥିବା ଯୋଗୁଁ ଜନସାଧାରଣ ଘର ବାହାରେ ଶୋଇ ପାରୁନଥିବା ବେଳେ ୪୫ ଡିଗ୍ରୀରୁ ଉର୍ଦ୍ଧ ଉତ୍ତାପରେ ଘର ଭିତରେ ମଧ୍ୟ ରହିବା ଅସମ୍ଭବ ହୋଇପଡୁଛି। ଏଣୁ ଉକ୍ତ ଅଳିଆ ଆର୍ବଜନାରେ ନିଆଁ ନଲଗାଇବା ପାଇଁ ଦାବି ହେଉଛି।

ସୂଚନା ଯୋଗ୍ୟ ଯେ ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ସେହି ଆବର୍ଜନାରୁ ବର୍ଯ୍ୟବସ୍ତୁ ପରିଚାଳନା କରାଯାଉଛି। ଏ ସମ୍ବନ୍ଧରେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିତାମ୍ବର ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେହି ସ୍ଥାନକୁ ଯାଇ ତଦନ୍ତ କରିବା ସହିତ ଭବିଷ୍ୟତରେ କେମିତି ନିଆଁ ଲଗାଯିବ ନାହିଁ ତାହାର ବ୍ୟବସ୍ଥା କରିବେ ବୋଲି ମତ ରଖିଛନ୍ତି।

 

ସମ୍ବନ୍ଧିତ ଖବର