ବାଲେଶ୍ୱର: ବାଲେଶ୍ୱର ସହରର ଆଜିମାବାଦ ସ୍ଥିତ ଶ୍ୟାମସୁନ୍ଦର ଷ୍ଟଡି ସେଣ୍ଟର(ଏସ୍‌ଏମ୍‌ଏସ୍‌ସି) ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଆ ସହଯୋଗରେ ଆଜିମାବାଦ ସ୍ଥିତ ଶ୍ରୀରାମ ମନ୍ଦିର ନିକଟ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ସମୁଦାୟ ୨୯୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

Advertisment

publive-image

ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଆଦିତ୍ୟ ନାରାୟଣ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପୂର୍ବାଞ୍ଚଳ ପୁଲିସ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ପାଇଁ ନିଜ ଛାତ୍ରଜୀବନର ଅଭୂଲା ସ୍ମୃତି ବଖାଣିଥିଲେ। ଛାତ୍ରଛାତ୍ରୀଙ୍କ ସହ ନିଜ ଭାବ ବିନିମୟ କରିବା ବେଳେ ନିୟମିତ ବ୍ୟବଧାନରେ ରକ୍ତଦାନ କଲେ ଶରୀର ସୁସ୍ଥ ରହିଥାଏ ବୋଲି ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଓ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ୱାଳ ଯୋଗଦେଇ ଏସ୍‌ଏମ୍‌ଏସ୍‌ଇ ପକ୍ଷରୁ ଏହି ମେଗା ରକ୍ତଦାନ ଶିବିରର ସଫଳ ଆୟୋଜନ କରିଥିବାରୁ ଅନୁଷ୍ଠାନର ସମସ୍ତ କମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଦେବାଶିଷ ଦତ୍ତ, ଅକ୍ଷୟ କୁମାର ଜେନା, ସବ୍ନମ ଦାସ, ଅଜୟ କୁମାର ମହାପାତ୍ର, ବିନୋଦ ବିହାରୀ ଦାସ ଓ ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ବାଲେଶ୍ୱର ଟ୍ରାଫିକ୍‌ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂହ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ଶୁଭଙ୍କର ସାହୁ, ଚନ୍ଦନ କୁମାର ଦାସ, ଗୌତମ ଜେନା, ଚନ୍ଦନ କୁମାର ଦାସ, ଜଗନ୍ନାଥ ପଣ୍ଡା, ବଂଶୀଧର ପ୍ରଧାନ, ପ୍ରଦୀପ୍ତ ବେହେରା, ଚନ୍ଦନ କୁମାର ପଣ୍ଡା, ଦୁର୍ଗା ଭୋଇ, ସୁବାଷ ଦାସ, ଦୀପ୍ତିରଞ୍ଜନ ସୁତାର, ଉତ୍ତମ କୁମାର ଜେନା, ଅଭିଷେକ ବେହେରା, ରଂଜୀବ ସାହୁ ‘ସମ୍ବାଦ’ ପ୍ରତିନିଧି ମନୋଜ କୁମାର ରାଉଳ ଶିବିରକୁ ପରିଚାଳନା କରିଥିବା ବେଳେ ‘ଆମ ଓଡ଼ିଶା’ର ସହଯୋଗୀ ଲକ୍ଷ୍ମୀଧର ବାରିକ, ଚାନ୍ଦିପୁର ‘ସମ୍ବାଦ’ ପ୍ରତିନିଧି ବିବେକାନନ୍ଦ ଦାସ, ଏଚ୍‌ଏଡିଏଫ୍‌ସି ବ୍ୟାଙ୍କର ଗେତମ ସିଦ୍ଧାର୍ଥ ଭୂୟାଁ, ଦେବାଶିଷ ମହାପାତ୍ର, ଶାନ୍ତନୁ ପ୍ରଧାନଙ୍କ ସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।