ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନକ୍ସଲ ଉପଦ୍ରୁତ ଭାଲୁଲତା ଷ୍ଟେସନ ନିକଟ ରେଳ ଧାରଣାରେ ପଡ଼ିଥିବା ଅଖାବସ୍ତାକୁ ନେଇ ପୁଲିସ, ଆର୍‌ପିଏଫ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବସ୍ତାରୁ ଦୁର୍ଗନ୍ଧ ବାହାରୁଥିବାରୁ ଶବ ସନ୍ଦେହରେ ଯାଞ୍ଚ ଆରମ୍ଭ କରିଥିଲେ ଉଭୟ ରେଳବାଇ ପୁଲିସ ଓ ରେଳସୁରକ୍ଷା ବାହିନୀ ଅଧିକାରୀ। ଯାଞ୍ଚ ପରେ ମୁହଁବନ୍ଧା ଅଖାବସ୍ତାରୁ ଶବ ନୁହେଁ ବାହାରିଥିଲା ପୁଳା ପୁଳା ଗେଣ୍ଡା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଅଖାବସ୍ତରେ ଭର୍ତ୍ତି ଗେଣ୍ଡାଗୁଡ଼ିକୁ ନିକଟରେ ଖାତ ଖୋଳି ପୋତିଦେଇଥିଲେ।

Advertisment

ମିଳିଥିବା ସୂଚନା ମୁତାବକ କଲିକତାରୁ କୋରାପୁଟ ଯାଉଥିବା ସମଲେଶ୍ବରୀ ଏକ୍ସପ୍ରେସ୍‌ରେ କିଛି ବଙ୍ଗାଳୀ ବେପାରୀ ଗେଣ୍ଡା ବେପାର କରିବାକୁ ରାଉରକେଲା ଆସୁଥିଲେ। ଭୋର ପ୍ରାୟ ୪ଟା ସମୟରେ ଭାଲୁଲତା ଷ୍ଟେସନ ନିକଟରେ ଗୋଟିଏ ଗେଣ୍ଡାଭର୍ତ୍ତି ଅଖା ବସ୍ତା ଚଳନ୍ତା ଟ୍ରେନ୍‌ରୁ ରେଳଧାରଣାରେ ପଡ଼ିଯାଇଥିଲା। ଗୋଟିଏ ଦିନ ପରେ ଅର୍ଥାତ୍‌ ଆଜି ସକାଳ ପ୍ରାୟ ୧୧ଟାରେ ରେଳଧାରଣା ପଡ଼ିଥିବା ଅଖାବସ୍ତାରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ‌ହୋଇଥିଲା। ସେମାନେ ଏ ସଂକ୍ରାନ୍ତରେ ରେଳବାଇ ପୁଲିସ ଓ ଆର୍‌ପିଏଫ୍‌କୁ ସୂଚନା ଦେଇଥିଲେ। ଖବର ପାଇ ଉଭୟ ରେଳବାଇ ପୁଲିସ ଓ ଆର୍‌ପିଏପ୍‌ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ।