ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଫଟିକି ଗ୍ରାମର ଜଣଙ୍କୁ ଓ ଚନ୍ଦାହାଣ୍ଡି ପଞ୍ଚାୟତ ଅଧିନସ୍ଥ ସାଲେବିଡି ଗ୍ରାମର ଜଣଙ୍କୁ ସାପ କାମୁଡ଼ି ଦେଇଛି। ଫଳରେ ଦୁଇଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କ ନାମ ପଦ୍ମଲୋଚନ ମାଝୀ(୫୦) ଓ ଗଙ୍ଗାଧର କଟା (୫୮) ବୋଲି ଜଣାପଡ଼ିଛି। ଦୁଇ ଗୁରୁତର ଆହତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ପ୍ରକାଶ ପଦ୍ମଲୋଚନ ଆଜି ସକାଳେ ନିଜ ଚାଷ ଜମିକୁ ଯାଉଥିବା ବେଳେ ବିଷାକ୍ତ ସାପ ତାଙ୍କ ବାମ ଗୋଡରେ ଚୋଟ ମାରିବାରୁ ସେ ଗୁରୁତର ହୋଇପଡିଥିଲେ । ସେହିଭଳି ଗଙ୍ଗାଧର କଟା ନିଜ ଜମିରେ କାମ କରୁଥିବା ବେଳେ ସର୍ପାଘାତର ଶିକାର ହୋଇଥିଲେ । ଉଭୟଙ୍କ ପରିବାର ବର୍ଗ ସେମାନଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସଂଗ୍ରାମ କେଶରୀ ସାହୁ ଓ ଡାକ୍ତର ମନିଷ ପୁରୋହିତ ଉଭୟଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/main-qimg-9e7759011b664b26df3cdc11b8e6d34d.jpg)