ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଗୋଧିରାମପଡ଼ା ଗ୍ରାମରେ ସାପ କାମୁଡ଼ାରେ ସୁନୀଲ ମାଝୀଙ୍କ ୭ ମାସର ଶିଶୁକନ୍ୟା ପ୍ରାଣ ହରାଇଛି। ଗତକାଲି ରାତିରେ ମା’ କୋଳରେ ଶିଶୁଟି ଶୋଇଥିବା ବେଳେ ଏକ ବିଷଧର ସାପ ତାକୁ କାମୁଡ଼ି ଥିଲା।
ପରିବାର ଲୋକେ ଶିଶୁଟିକୁ ତୁରନ୍ତ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଡାକ୍ତରଖାନା ନେଇଥିଲେ। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)