ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଟଣ ପଞ୍ଚାୟତ ଅନ୍ତର୍ଗତ ବେଣିଡିହି ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦିଗ ସନଙ୍ଗୀ (୫୫)। ଗତକାଲି ରାତିରେ ସ୍ବାମୀସ୍ତ୍ରୀ ଶୋଇଥିବା ବେଳେ ଏକ ପାହାଡ଼ିଆ ଚିତିସାପ ଦିଗଙ୍କ କାନକୁ କାମୁଡ଼ି ଦେଇଥିଲା। ଏହି ସମୟରେ ଦିଗଙ୍କ ନିଦ ଭାଙ୍ଗିଯିବାରୁ ସେ ସାପଟିକୁ ଧରି ମାରି ଦେଇଥିଲେ।

Advertisment

ପରେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ଅବସ୍ଥା ସଂକାଟାପନ୍ନ ହେବାରୁ ତାଙ୍କୁ ସକାଳ ୭ଟାବେଳେ ତେଲକୋଇ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ କାଞ୍ଜିପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।