ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ସର୍ଗିମାଲରେ ଏକ ବିଷଧର ସାପ କାମୁଡ଼ାରେ କବିରାଜ ମହାନ୍ତି (୪୦)ଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ୧ଟାରେ ତାଙ୍କ ଘର ପାଚେରି ମଧ୍ୟରେ ଏକ ବିଷଧର ସାପ ବାମ ପାଦର ମଝି ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଚିକିତ୍ସା ପାଇଁ ପ୍ରଥମେ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବ୍ରଜରାଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)