କାଲିମେଳା: କାଲିମେଳା ସିଂଗଭରମ ଗ୍ରାମର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ସାପ କାମୁଡ଼ାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସିଂଗଭରମ ଗ୍ରାମର ଅଡ଼ମା କବାସୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଡ଼ମା ଆଜି ସକାଳେ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ବିଷଧର ସାପ ତାଙ୍କ ପଛପଟୁ ଦଂଶନ କରିଥିଲା। ଏହାପରେ ସେ ତୁରନ୍ତ ଘରକୁ ଫେରି ଆସି ପରିବାର ଲୋକଙ୍କୁ ସାପ ଦଂଶନ କରିଥିବା କଥା କହିଥିଲେ। ସଙ୍ଗେସଙ୍ଗେ ପରିବାରଲୋକ ତାଙ୍କୁ କାଲିମେଳା ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ମୃତ ଅଡମାଙ୍କ ୨ ଟି ସନ୍ତାନ ଥିବାବେଳେ ଆଜି କାଲିମେଳା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏନେଇ କାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/images-19.jpg)