କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ସାପ କାମୁଡ଼ାରେ ଗଣେଶ୍ୱର ମହାନନ୍ଦଙ୍କ ସ୍ତ୍ରୀ ସଞ୍ଜୁଳା ମହାନନ୍ଦଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଶୋଇଥିବା ଅବସ୍ଥାରେ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ଶୁକ୍ରବାର ସକାଳେ କୋକସରା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
କୋକସରା ପୁଲିସ୍ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/snake.jpg)