କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବୁଢ଼ୀପଦର ଗ୍ରାମରେ ସାପ କାମୁଡ଼ାରେ ଲକ୍ଷ୍ମୀ ସାହୁ (୪୮)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ଲକ୍ଷ୍ମୀ ଘର ବାରଣ୍ଡାରେ ଝାଡ଼ୁ ମାରୁଥିବା ବେଳେ ଏକ ନାଗ ସାପ ତାଙ୍କୁ ଗୋଡ଼କୁ କାମୁଡ଼ି ଦେଇଥିଲା। ଲକ୍ଷ୍ମୀଙ୍କୁ ପରିବାର ଲୋକେ ସଂଗେ ସଂଗେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)