ବନ୍ତଳା: ଅନୁଗୋଳ ବ୍ଳକ ବନ୍ତଳା ବନାଞ୍ଚଳ ଗଡତରାସ ଗ୍ରାମରୁ ଆଜି ୧୨ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି | ଗଡତରାସ ଗ୍ରାମ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ ସାପକୁ କିଛି ଗ୍ରାମବାସୀ ଦେଖି ଭୟଭୀତ ହୋଇଯାଇଥିଲେ | ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ରାଉତ ଏ ସଂମ୍ପର୍କରେ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ |
ଖବର ପାଇ ଆଦିତ୍ୟ ବେହେରାଙ୍କ ସହ ସର୍ପଉଦ୍ଧାରକାରୀ ଶିବାନୀ ଶଙ୍କର ଦେହୁରୀ ଓ ବିଜୁ ଭୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ସାପଟିକୁ ଉଦ୍ଧାର କରିଥିଲେ | ଉଦ୍ଧାର ପରେ ସାପଟିକୁ ବନ୍ତଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା | ଅଳ୍ପ ସମୟ ବ୍ୟବଧାନ ପରେ ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୁଲସନ ବେହେରାଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା | ଗତ ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗ୍ରାମରୁ ୩ ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟଙ୍କଠାରୁ ଜଣାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/9a34a12f-c6b4-4106-b6b3-dc6472bc7209.jpg)