ସତୀଗୁଡା ଡ୍ୟାମରେ ଜାଲରେ ପଡ଼ିଲା ଅଜଗର

ମାଲକାନଗିରି: ମାଲକାନଗିରି ନିକଟସ୍ଥ ସତୀଗୁଡା ଡ୍ୟାମରେ ଆଜି ଏକ ବିରାଟ ଅଜଗର ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ମାଛ ଧରିବା ପାଇଁ ସତୀଗୁଡା ଡ୍ୟାମରେ ଦେଶୀ ଡ଼ଙ୍ଗାରେ ପଶିଥିବା ବେଳେ ମାଛ ସହ ଏକ ବିରାଟ ଅଜଗର ଜାଲରେ ଫଶିଥିଲା। ସତୀଗୁଡା ନିକଟରେ ଜଂଗଲ ରହିଥିବାରୁ ଅଜଗର ମାଛ ଖାଇବା ପାଇଁ ହୁଏତ ଡ୍ୟାମରେ ପଶିଥାଇପାରେ ବୋଲି ଅନୁମାନ କରାଯାଇଛି। ତେବେ ତୁରନ୍ତ ସ୍ନେକ ହେଲ୍ପ‌ ଲାଇନର ସଦସ୍ୟ ସ୍ନେହାଶିଷ ନାୟକଙ୍କୁ ଖବର ଦେବା ପରେ ସେ ସତୀଗୁଡା ଡ୍ୟାମରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରଟିକୁ ସ୍ନେହାଶିଷ ଉଦ୍ଧାର କରିବା ପରେ ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇ ପୁଣି ଜଂଗଲରେ ଛଡାଯିବ ବୋଲି କହିଥିଲେ।

ତେବେ ଅଜଗରର ଲମ୍ବା ୭ ଫୁଟ ଥିବା ବେଳେ ୧୨ କିଲୋ ଓଜନ ରହିଛି। ଏହି ଅଜଗର କାହାକୁ ଆକ୍ରମଣ କରିନଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାରେ ପ୍ରବଳ ସାପ ଦେଖିବାକୁ ମିଳେ। ସେଥିମଧ୍ୟରୁ ଅଜଗରଙ୍କ ସଂଖ୍ୟା ସର୍ବାଧିକ। ପ୍ରତିବର୍ଷ ବର୍ଷା ଦିନେ ଜଂଗଲରେ ଖାଇବାକୁ ମିଳୁନଥିବାରୁ ଏହି ଅଜଗର ମାନେ ସହର ମୁହାଁ ହେଉଥିବା ଲକ୍ଷ୍ୟ କରାଯାଇଛି।

ସମ୍ବନ୍ଧିତ ଖବର