ଗଛ ଉପରୁ ଗୋଖର ନାଗସାପ ଉଦ୍ଧାର

ଜୟପୁର:  ଆଜି ଦିନ ଗୋଟାଏ ବେଳେ ସହର ନିକଟସ୍ଥ ତେଲିଗୁଡ଼ା ଅଂଚଳରୁ ଜୈନେକ ବ୍ୟକ୍ତିଙ୍କ ଘର ପରିସରରେ ଥିବା ଗୋଟିଏ ଗଛ ଉପରେ ଗୋଗର ନାଗ ସାପ ଚଢ଼ି ଯାଇଥିଲା। ଗଛ ଉପରେ ଘର କରି ରହୁଥିବା ରାମି ଚଢ଼େଇର ୩ଟି ପିଲାଙ୍କୁ ସାପ ଖାଇ ସାରିଥିବା ବେଳେ ଆଉ ଗୋଟିଏକୁ ଅଧା ଖାଇବା ପରେ ତଳେ ପଡ଼ି ମରିଯାଇଥିଲା। ଆଉ୨ଟିକୁ ଖାଇବାକୁ ଉଦ୍ୟମ କରୁଥିଲା। ଏ ନେଇ ସୂଚନା ପାଇବା ପରେ ସ୍ନେକ୍ ହେଲଫ ଲାଇନର ରବିନ୍ଦ୍ର ରାଉତ ତେଲିଗୁଡ଼ା ଯାଇ ଉକ୍ତ ବ୍ୟକ୍ତିଙ୍କ ଘରର ଗଛ ଉପରୁ ସାପକୁ ଧରିଥିଲେ।

ସାପକୁ ସ୍ଥାନୀୟ ନାକଟିଡଙ୍ଗର ପାହାଡ଼ରେ ଛାଡ଼ି ଦେଇଥିବା କହିଛନ୍ତି ରବିନ୍ଦ୍ର। ସଂପ୍ରତି ଖରା ଓ ବର୍ଷା ଲାଗି ରହିଥିବାରୁ ବିଷାକ୍ତ ସାପ ଗୁଡ଼ିକ ବାହାରକୁ ଖାଦ୍ୟ ଅନ୍ବେଷଣରେ ବାହାରିବେ। ତେଣୁ ସର୍ତକତାର ସହ ରହିବା ଏବଂ ଏଭଳି ସାପ ବାହାରିଲେ ଜୀବନରେ ନ ମାରି ସ୍ନେକ୍ ହେଲଫ୍ ଲାଇନ ସହ ଯୋଗାଯୋଗ କରିବାକୁ ରବିନ୍ଦ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର