୧୨ ଫୁଟ ଲମ୍ବା ଅଜଗର ଉଦ୍ଧାର

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର କାଳିଅମ୍ବା ସେକ୍ସନର କଣ୍ଟେଇପଲ୍ଲୀ ନିକଟ ବଡ଼ପଡ଼ା ଗ୍ରାମ ଠାରେ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏତେ ବଡ ସାପକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଥିଲେ। ଏହାପରେ ତାକୁ ଏକ ରଶି ସାହର୍ଯ୍ୟରେ ବାନ୍ଧି ରଖିଥିଲେ। ଏନେଇ ବନବିଭାଗ ଖବର ପାଇ ସେଠାରେ ପହଞ୍ଚିଥିଲା।

ରେଞ୍ଜର କୁମର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଶରତ ଚନ୍ଦ୍ର ମହାନ୍ତି, ଫରେଷ୍ଟ ଗାର୍ଡ ରଶ୍ମିତା ସେଠୀ, ସ୍କ୍ୱାର୍ଡ କର୍ମଚାରୀଙ୍କ ସମେତ ସ୍ନେକ ହେଲ୍ପ ଲାଇନର ସଞ୍ଜୟ କୁମାର ସ୍ୱାଇଁ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ଏକ ଅଖାରେ ଭର୍ତ୍ତି କରି ନିରାପଦ ଭାବେ ନିକଟସ୍ଥ କାଳିଅମ୍ବା ଜଙ୍ଗଲ ଭିତରେ ଛାଡିଥିଲେ। ସାପଟିର ଲମ୍ବ ପ୍ରାୟ ୧୨ଫୁଟରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର