ପୂର୍ତ୍ତବିଭାଗ କାର୍ଯ୍ୟାଳୟରୁ ନାଗ ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିରାଟ ନାଗ ସାପକୁ ଉଦ୍ଧାର କରାଯାଇଛି। ଅଚାନକ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଏକ ନାଗ ସାପ ବାହାରିଥିଲା। କର୍ମଚାରୀ ନାଗ ସାପକୁ ଦେଖି ଆତଙ୍କିତ ହୋଇପଡିଥିଲେ। ତୁରନ୍ତ ସ୍ନେକ ହେଲପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ ଏବଂ ବି. ବିଭୁତି ଭୁଷଣକୁ ଡକରା ହୋଇଥିଲା।

ତୁରନ୍ତ ଏହି ଦୁଇ ଜଣ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ତେବେ ନାଗ ସାପ ଏମାନଙ୍କୁ ଦେଖି ଗର୍ଜନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରୁଥିଲା। କିନ୍ତୁ ସତ୍ୟଜିତ ଏବଂ ବିଭୁତି ସାପକୁ କାବୁ କରିବାରେ ସଫଳ ହୋଇଥିଲେ। ସାପକୁ ନେଇ ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା।

ସମ୍ବନ୍ଧିତ ଖବର