ନୀଳଗିରି: ଔପଦା ବ୍ଲକ୍ ଅଧୀନ ଈଶ୍ୱରପୁର ଗ୍ରାମର ଗଣେଶ ଜେନାଙ୍କ ବାଡ଼ି ଘେରା ହୋଇଥିବା ଜାଲରେ ଏକ ୫ ଫୁଟ୍ ଲମ୍ବର ତମ୍ପ ସାପ ଫସି ଯାଇଥିଲା। ଏନେଇ ସମାଜସେବୀ ତଥା କୁଲଡ଼ିହା ୱାଇଲ୍ ଲାଇଫ୍ ଫାଉଣ୍ଡେସନ୍ର ମନୋରଞ୍ଜନ ଦାସ ଓ ସମାଜସେବୀ ଅମିତ ବଳିଆର ସିଂହଙ୍କୁ ଖବର ଦିଆ ଯାଇଥିଲା। ସେମାନଙ୍କ ଠାରୁ ସୂଚନା ପାଇ ନୀଳଗିରି ଫରେଷ୍ଟର ଭାଗ୍ୟଶ୍ରୀ ଦ୍ଵିବେଦୀଙ୍କ ନିର୍ଦ୍ଦେଶକ୍ରମେ ସବୁଜ ବାହିନୀର ଜୟନ୍ତ ସେଠୀ ଓ ପରିବେଶବିତ୍ ମନୋରଞ୍ଜନ ଦାସ ପହଁଚି ସାପଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର କାର୍ଯ୍ୟରେ ଶିବଶଙ୍କର ମଢୁଆଳ, ବିଭୁବ୍ରତ ମହାପାତ୍ର, ସର୍ବେଶ୍ଵର ସାମଲ, ରମୁଲ ନାୟକ, କୃଷ୍ଣକେଶବ ଜେନା ପ୍ରମୁଖ ସହଯୋଗ କରିଥିଲେ। ତେବେ ପରେ ସାପଟିକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।