ରାୟଗଡା: ବର୍ଷା ହେବାରୁ ଏବେ ସହରରେ ସାପଙ୍କର ରାଜୁତି। ଅଜଗର ସାପ ସହ ବିଷାକ୍ତ ନାଗ ସାପକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ବିଦ୍ୟାନଗର ଅଞ୍ଚଳରୁ ଏକ ବିରାଟ କାୟ ନାଗସାପ ଉଦ୍ଧାର ହୋଇଛି। ବିଦ୍ୟାନଗର ୫ମ ଧାଡିରେ ଏକ ଭଡା ଘର ପଛପଟ ଗୋଦାମ ଗୃହରେ ଏକ ୬ ଫୁଟ୍ ଲମ୍ବାର ନାଗ ସାପ ଦେଖି ଲୋକେ ଭୟଭୀତ ହୋଇ ପଡିଥିଲେ। ସେହିପରି ଅଶୋକ ନଗର ଅଞ୍ଚଳରେ ଏକ ବିରାଟ ଅଜଗର ଘର ପାଖରେ ଦେଖାଯିବାରୁ ଲୋକେ ଭୟଭିତ ହୋଇଥିଲେ। ତୁରନ୍ତ ସାପ ଧରାଳୀକୁ ଡକାଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଯାଇଥିଲେ ପ୍ରଦୀପ ସେନାପତି। ଦୁଇଟି ସ୍ଥାନରୁ ନାଗ ସାପ ଓ ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ।ଅଜଗରର ଓଜନ ପ୍ରାୟ ୪୦ କିଲୋ ସହ ୯ ଫୁଟ ରହିଥିଲା।
ପ୍ରକାଶ ଥାଉ କି, ପ୍ରଦୀପ ସେନାପତି ଜଣେ ଅଟୋ ଚାଳକ। ପ୍ରତିଦିନ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ସେ ସାପ ଧରିବା ନିମନ୍ତେ କୌଣସି ପ୍ରଶିକ୍ଷଣ ମଧ୍ୟ ନେଇ ନାହାଁନ୍ତି। ୟୁଟ୍ୟୁବ ଏବଂ ଡିସକୋଭରି ଚ୍ୟାନେଲ ଦେଖି ସାପ ଧାରା କୌଶଳ ଶିଖିଥିବା କହନ୍ତି ପ୍ରଦୀପ। ଦୀର୍ଘ ୧୦ ବର୍ଷ ହେବ ସେ ସାପ ମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଉଛନ୍ତି। ଆଜି ପର୍ଯ୍ୟନ୍ତ ସେ ୫ହଜାରରୁ ଅଧିକ ସାପ ଧରି ସାରିଲେଣି। ଯଦି ତାଙ୍କୁ ସରକାରୀ ସାହାଯ୍ୟ ସହାନୁଭୁତି ମିଳନ୍ତା ତେବେ ସେ ଅନେକ ସରୀସୃପ ମାନଙ୍କର ଜୀବନ ରକ୍ଷା କରି ପାରନ୍ତେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Rgda-snake-udhar-1.jpg)