ବିଲୁପ୍ତପ୍ରାୟ ଅହିରାଜ ଉଦ୍ଧାର; ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଂଗଲରେ ଛଡ଼ାଗଲା

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଜାତିର ସରିସୃପ ଦେଖିବାକୁ ମିଳୁଥିଲା। ଏପରିକି ମହାବଳ ବାଘ, ସିଂହ, ପ୍ୟାନ୍ଖର ଭଳି ହିଂସ୍ରଜନ୍ତୁ ମଧ୍ୟ ରହିଥିଲେ।ଏବେ ଜଂଗଲ କ୍ଷୟ ହେବାରୁ ଓ ଶିକାର ବଢିବାରୁ ଏହି ଜୀବଜନ୍ତୁ ଜଂଗଲରୁ ଉଭେଇ ଗଲେ।ତେବେ ଆଜି ବିରଳ ବିଲୁପ୍ତପ୍ରାୟ ପ୍ରଜାତିର ଅହିରାଜ ସର୍ପକୁ ଉଦ୍ଧାର କରାଯାଇଛି।ଏମଭି-୨୩ ଗ୍ରାମ ନିକଟସ୍ଥ ଏକ କ୍ରସରର କଠୋରୀ ଘରେ ଏହି ଅହିରାଜ ଛପି ରହିଥିବା ଲୋକେ ଦେଖିଥିଲେ।

ଅହିରାଜ ଫଣା ଟେକି ପ୍ରାୟ ୬ ଫୁଟ ଉଚ୍ଚରେ ଠିଆ ହେଉଥିଲା।ଯାହାକୁ ଲୋକେ ଦେଖି ଭୟଭିତ ହେବା ସହ ଆତଙ୍କିତ ହୋଇପଡିଥିଲେ। ସ୍ଥାନୀୟ ଜଣେ ସାପ ଧରୁଥିବା ଯୁବକକୁ ଲୋକେ ଡାକିଥିଲେ। ଅହିରାଜକୁ କାବୁ କରିବାକୁ ଦୀର୍ଘ ସମୟ ଲାଗିଥିଲା। ଗୋଟିଏ ଚୋଟରେ କିଛିକ୍ଷଣ ମଧ୍ୟରେ ଜୀବନ ଚାଲିଯିବାର ଭୟ ରହିଥିଲା।ଅତି ସତର୍କତାର ସହ ଅହିରାଜକୁ କାବୁ କରାଯାଇପାରିଥିଲା। ଏହାର ଲମ୍ବ ପ୍ରାୟ ୧୫ ଫୁଟ ରହିଥିବା ବେଳେ ଓଜନ ୧୦ କଲୋ ରହିଥିଲା। ଏଭଳି ବିରଳ ସାପ ଏବେ ବି ମାଲକାନଗିରି ଜିଲ୍ଲାର ଜଂଗଲରେ ଦେଖିବାକୁ ମିଳେ।

ତେବେ ଶିକାର ହାତରେ ପଡିଲେ ଏମାନେ ବର୍ତ୍ତିପାରିବେ ନାହିଁ। ଏହାର ବିଷ ଲକ୍ଷାଧିକ ଟଂକାରେ ବିକ୍ରି ହେଉଥିବାରୁ ଏହି ସାପ ଏବେ ବିଲୁପ୍ତ ଅବସ୍ଥାରେ। ତେଣୁ ସ୍ଥାନୀୟ ଲୋକେ ତୁରନ୍ତ ବନ ବିବାଗକୁ ଖବର ଦେବା ସହ ସାପକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ସାପର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଂଗଲରେ ଛାଡି ଦେଇଥିବା ଜଣାପଡିଛି। ଜିଲ୍ଲାର କାଲିମେଳା ଏବଂ ପଡିଆ ଜଂଗଲରେ ଏହି ବିରଳ ପ୍ରଜାତିର ସାପ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର