ଅନୁଗୁଳ: ସ୍ନେହାଲଙ୍କ ମୁହଁରେ ବିଶ୍ବର ୧୯୫ଟି ଦେଶର ନାଁ। କେବଳ ଦେଶ କାହିଁକି, ତା’ର ରାଜଧାନୀ ବି ସେ କହି ପାରିଛନ୍ତି। ତାହା ପୁଣି ମାତ୍ର ଦୁଇ ମିନିଟ୍ ୨୫ସେକେଣ୍ଡ୍ରେ। ଏଥିପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସ୍ନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଆଠବର୍ଷ ବୟସ୍କା ସ୍ନେହାଳି ବରାଳ ହେଉଛନ୍ତି ତାଳଚେର ଏମ୍ସିଏଲ୍ କଳିଙ୍ଗ ଏରିଆ ଡିଏଭି ପବ୍ଲିକ୍ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ। ବାପା ସୁଶୀଲ କୁମାର ବରାଳ ହେଉଛନ୍ତି ଏମ୍ସିଏଲର ମାଇନିଂ ଇଞ୍ଜିନିୟର। ମା ସୌଭାଗିନୀ ଭୋଳ ଗୃହିଣୀ। ତାଙ୍କ ନିଜ ଘର ଖୋର୍ଧା ବାଲୁଗାଁ ଅଞ୍ଚଳରେ। ସେ ଏଠାରେ ରହୁଥିବା ବେଳେ ଗତ ମାସରେ ହୋଇଥିବା ଏହି ଅନ୍ଲାଇନ୍ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ସ୍ବଳ୍ପ ସମୟ ମଧ୍ୟରେ ବିଶ୍ବର ଏତେ ଦେଶର ନାଁ ଏବଂ ରାଜଧାନୀର ନାମ ମୁଖସ୍ଥ କରି ସେ ରେକର୍ଡ କରିଛନ୍ତି। ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ମେଡାଲ୍ ଏବଂ ସାର୍ଟିଫିକେଟ୍ ଦିଆଯାଇଛି।
୨.୨୫ସେକେଣ୍ଡ୍ରେ କହିଲେ ୧୯୫ଦେଶର ନାଁ, ବୁକ୍ ଅଫ୍ ରେକର୍ଡରେ ସ୍ନେହାଲ୍
/sambad/media/post_attachments/wp-content/uploads/2021/07/9d7a64c8-4ad9-434d-b05e-a4f3dbee7ec5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)