ବିପନ୍ନ ବେଳେ ମଧ୍ୟ ସୁରକ୍ଷା ଚିନ୍ତା; ବନ୍ୟା ଅଞ୍ଚଳରେ ସାନିଟାରି ପ୍ୟାଡ ବଣ୍ଟନ କଲେ ସମାଜସେବୀ

ଢେଙ୍କାନାଳ: ସାମ୍ପ୍ରତିକ ବନ୍ୟାରେ ଓଡ଼ିଶାର ଅନେକ ଅଞ୍ଚଳରେ ଲୋକେ ବିପନ୍ନ ହୋଇ ପଡିଛନ୍ତି । ହଜାର ହଜାର ହେକ୍ଟର ଚାଷଜମିରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଅଞ୍ଚଳ ଜଳ ନିଷ୍କାସନ ହୋଇପାରିନାହିଁ ।  କିଏ ଖାଇବାକୁ ପାଉନି ତ କିଏ ଘର ଭାଙ୍ଗି ଯାଇଥିବାରୁ ପାଲ ଟାଣି ଜୀବନ ବିତାଉଛି । ଏହି ବନ୍ୟା ବିପନ୍ନଙ୍କ ଦୁଃଖ ଦେଖି ତାଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଢେଙ୍କାନାଳ ର ପ୍ୟାଡ଼ ଓମେନ ଭାବେ ପରିଚିତ ସାମ୍ବାଦିକା ତଥା ସାମାଜସେବୀ ଅଙ୍କିତା ସାହୁ ।

ଅଙ୍କିତା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ଗ୍ରାମ ପଞ୍ଚାୟତର ଡେଙ୍ଗ, ହୋଇକେରା, ଦରଡା, ବିଶୁଆଳି, ଭଦ୍ରକ ଜିଲ୍ଲାର  ତିହିଡି, ଚାନ୍ଦବାଲି ବ୍ଳକ୍, ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତ। କଟକ ଜିଲ୍ଲାର ବାଙ୍କି ବ୍ଲକର ଓସ୍ତିଆ ଏବଂ ଫୁଲବାଡ଼ି ଗ୍ରାମରେ ପହଁଚି  ମହିଳାଙ୍କୁ ସାନିଟାରୀ ପ୍ୟାଡ ସହ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ତାହା ଫୁଣୀ କୌଣସି ସହାୟତା ବିନା ।

ସୂଚନା ଥାଉ କି ସେ କେବଳ ବନ୍ୟା ବିପନ୍ନଙ୍କ ପାଖରେ ପହଁଚି ନାହାନ୍ତି ଆଜକୁ ୮ ବର୍ଷ ହେବ ମହିଳାଙ୍କ ସ୍ଵଛତା ସୁରକ୍ଷା ଉପରେ କାମକରି ଆସୁଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜ ଖର୍ଚ୍ଚରେ ସାନିଟାରି ପ୍ୟାଡ ବଣ୍ଟନ କରିବା ସହ ସଚେତନତା ମୂଳକ କାର୍ଯ୍ୟ କରିଆସୁଛନ୍ତି ।

ସମ୍ବନ୍ଧିତ ଖବର