ବଜାରରେ ହଜାର ହଜାର ଲୋକଙ୍କ ଭିଡ: ଜଗତସିଂହପୁରରେ ସାମାଜିକ ଦୂରତାକୁ ଭୁଲି ଗଲେ ଲୋକେ!

ଜଗତସିଂହପୁର: ବଜାରରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗି ରହୁଛି । ଲୋକେ ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି କହିଲେ କିଛି ଭୁଲ ହେବନାହିଁ । କାରଣ ରାଜ୍ୟ ସରକାରଙ୍କ ଗାଇଡକୁ ଲୋକମାନେ ପାଳନ କରୁ ନାହାନ୍ତି । ଲକ୍‌ଡାଉନ୍ ୨.୦ ଶେଷ ହେବା ପରେ ଗତ ୪ ତାରିଖ ଠାରୁ ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୨ଟା ଯାଏ ଦୋକାନ ବଜାର ଖୋଲା ରହୁଛି । ଏହି ସମୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି ।

ମଲ୍ ଖୋଲିବାକୁ ଅନୁମତି ନଥିଲେ ହେଁ ବଜାରରେ ମଲ୍ ଖୋଲୁଛି । ଭିଡ଼ ପାଇଁ ବଜାରରେ ବସୁଥିବା ସୋମନାଥ ହାଟ ବନ୍ଦ କରି ଦିଆଯାଇଛି । ହେଲେ ନିକଟରେ ଥିବା ପୁନଙ୍ଗ ହାଟରେ ହଜାର ହଜାର ବେପାରି ବସୁଛନ୍ତି । ପୁଲିସ ବାରାକ୍ ନିକଟରେ ଥାଇବି ଜାଣି ପାରୁନାହାନ୍ତି ପୁଲିସ । ବଜାରରରେ ପ୍ରତିଦିନ ଶତାଧିକ ଉଠା ବ୍ୟବସାୟୀ ବସୁଛନ୍ତି । ଏମିତିକି ପାନ ଦୋକାନ, ଜଳଖିଆ ଦୋକାନ ଖୋଲୁଛି । ଅଧାସଟରରେ ଅନୁମତି ନଥିବା ଦୋକାନବି ଖୋଲୁଛି । ଏଠାରେ ସାମାଜିକ ଦୂରତା ରହୁନାହିଁ । ୫୦ ପ୍ରତିଶତରୁ ଅଧିକ ଲୋକ ମୁହଁରେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳୁଛି । ପ୍ରଶାସନର କୋହଳ ଆଭିମୁଖ୍ୟ ପାଇଁ ଏଭଳି ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି ।

ପ୍ରଶାସନ ସମସ୍ତ ଗିତିବିଧି ଉପରେ ନଜର ରଖିଛି: ଜିଲ୍ଲାପାଳ

କରୋନା ମୁକାବିଲାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ପ୍ରବାସୀଙ୍କ ଆସିବା ପରେ କରୋନା ପଜିଟିଭ୍ ବାହାରିଛି । ଆମେ ସମସ୍ତ ଗତିବିଧି ଉପରେ ନଜର ରଖିଛୁ । କରୋନା ପଜିଟିଭ୍ ବାହାରିବା ପରେ ଦୁଇଟି ସଙ୍ଗରୋଧ କେନ୍ଦ୍ରାକୁ ସିଲ୍ କରାଯାଇଛି । ଗାଡ଼ି ଚାଳକକୁ ମଧ୍ୟ ସଙ୍ଗରୋଧ ଘରେ ରଖାଯାଇଛି । ସମସ୍ତ ଗତିବିଧି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି ଆବଶ୍ୟକ ଅନୂଯାୟୀ ପଦକ୍ଷେପ ନିଆଯ ଏଥିସହ ଧର୍ଯ୍ୟର ସହ କରୋନାକୁ ମୁକାବିଲା କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ପରିସ୍ଥତିକୁ ଦୃଷ୍ଟିରେ ରଖି କଟକଣା କରାଯିବ: ଏସ୍‌ପି

ବର୍ତ୍ତମାନ ସକାଳ ୭ଟାରୁ ଦିନ ୨ଟା ଯାଏ ବଜାର ଖୋଲା ରହୁଛି । ଯେଉଁଥି ପାଇଁ ଭିଡ଼ ରହୁଛି । ଗୋଟିଏ ସପ୍ତାହ ପରେ ଅବଧି ବଢ଼ିଲେ ଭିଡ଼ କମିବ ବୋଲି ଆଶା କରୁଛୁ । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଭିଡ଼ ନିୟନ୍ତ୍ରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ପ୍ରକାଶ ଆର୍ କହିଛନ୍ତି ।

ସମ୍ବନ୍ଧିତ ଖବର