ଜଗତସିଂହପୁର: ଜଗତସିଂହପୁର ସହର ଛାତି ଉପରେ ସାମାଜିକ ଦୂରତା ନିୟମ ଖୋଲା ଖୋଲି ଉଲଂଘନ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି। ହେଲେ ପ୍ରଶାସନ କିମ୍ବା ପୁଲିସ ଯେମିତି ଦାୟିତ୍ଵ ଶୂନ୍ୟ ହୋଇ ପଡ଼ିଛି। ଆଜି ଜଗତସିଂହପୁର ଜୟବଡ଼ ଷୋଳପୁଅ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ପୌର ପରିଷଦ ପକ୍ଷରୁ ଶ୍ରମିକ କାର୍ଡ ଟଙ୍କା ବାଣ୍ଟିବା ବେଳେ ସାମାଜିକ ଦୂରତାକୁ ଭୁଲି ଯାଇଥିଲେ ଲୋକେ।
ସାମାଜିକ ଦୂରତା କଥା ଛାଡ଼ନ୍ତୁ ମେଳା ଭଳି ଠେଲା ଠେଲି ହୋଇଥିଲେ। ଛୋଟ ସ୍ଥାନରେ ପାଖ ପାଖି ଦୁଇ ଶହ ଲୋକ ଏକାଠି ହୋଇଥିଲେ। ଗୋଟିଏ ମିଟର ଭିତରେ ୫ ଜଣ ଲୋକ ଭିଡ଼ା ଭିଡି ହେଇ ଛିଡ଼ା ହେଇଥିଲେ। ଶ୍ରମିକଙ୍କ ଭିଡ଼ ହୋଇଥିଲେ ହେଁ ପ୍ରଶାସନ ଓ ପୁଲିସ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା। ଆଗ ସାମାଜିକ ଦୂରତା ଅବଲମ୍ବନ ନକରି ଟଙ୍କା ବାଣ୍ଟିବା ଚାଲିଥିଲା।
/sambad/media/post_attachments/wp-content/uploads/2020/04/jspur1.jpg)
ତେବେ ଅଭିଯୋଗ ପରେ ଅପରାହ୍ନରେ ବନ୍ଦ କରାଯାଇଥିଲା। ହେଲେ ଏଭଳି ଭୁଲ୍ କେମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାରେ କରୋନା ଆକ୍ରାନ୍ତ ବାହାରି ନାହାନ୍ତି। ଯାହା ଫଳରେ ପ୍ରଶାସନ, ପୁଲିସ ଓ ଲୋକମାନେ ସାମାଜିକ ଦୂରତାକୁ ଧୀରେ ଧୀରେ ମାନିବାକୁ ନାରାଜ। ଯଦି ଏହା ଜାରି ରୁହେ ତେବେ ଆଗକୁ ବଡ଼ ବିପଦ ଦେଇ ଜିଲ୍ଲା ଗତି କରିବ ବୋଲି ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jspur-1.jpg)