ଜୟପୁର: କରୋନା ଭୁତାଣୁର ସଂକ୍ରମଣକୁ ଲକ୍ଷ୍ୟରେ ରଖି ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିବାକୁ ଘୋଷଣା କରିଛି। ଏହାର ପ୍ରଭାବ ବେଶି ମାତ୍ରାରେ ଜୟନ୍ତଗିରୀ ସାପ୍ତାହିକ ହାଟ ଉପରେ ପଡିଛି। ରାଜ୍ୟର ପ୍ରମୁଖ ଗୋରୁ ହାଟ ଭାବେ ପରିଚିତ ଏହି ହାଟରେ ଲକ୍ଷାଧିକ ଟଙ୍କାର ଗାଇ ବେପାର ହୋଇଥାଏ। ଏଠାରୁ ଆନ୍ଧ୍ର, ଛତିଶଗଡ, ତେଲଙ୍ଗାନା ଓ ମହାରାଷ୍ଟ୍ରର ଗୋରୁ ବେପାରୀ ମାନେ ଆସି ଗାଇ, ବଳଦ ଆଦି କିଣି ନେଇଥାନ୍ତି। ତେବେ ହାଟ ବନ୍ଦ ରହିଥିଲେ ହେଁ ୱାଟସ୍ ଅପ୍ରେ ଫଟୋ ପଠାଇବା ସହ ଭିଡିଓ କଲିଂ ଦ୍ବାରା ବେପାର ଜାରୀ ରହିଛି।
ଏହା ବାଦେ ଗୋ ଚାଲାଣ ବି ଜାରୀ ରହୁଛି। ସେମାନଙ୍କର ଏଜେଣ୍ଟ, ମଧ୍ୟସ୍ଥ ଓ ଦଲାଲଙ୍କ ମାଧ୍ୟମରେ ୱାଟସ୍ ଅପ୍ରେ ଫଟୋ ପଠାଇବା ସହ ଭିଡିଓ କଲିଂ ଦ୍ବାରା ଗୋରୁ ଗାଇଙ୍କୁ ଚାଳାଣ କରିବା ସମୟରେ ବଡ଼ ପଡ଼ିଆ ଦେଖି ସେଠାରେ ରଖି ଫଟୋ ଏବଂ ଭିଡିଓ ମାଧ୍ୟମରେ କିଣୁଥିବା ବେପାରୀଙ୍କୁ ଦେଖାଇ ମୁଲଚାଲ କରୁଥିବା କହିଛନ୍ତି ରାମଚନ୍ଦ୍ର ହରିଜନ, ବାବୁ ହରିଜନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/media-1.jpg)