ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ଟଂକା ପ୍ରଦାନ କଲେ ସମାଜସେବୀ ବିନୋଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଗ ଧାଡିର ସମାଜସେବୀ ବିନୋଦ ଡାଵରୀ ଆଜି ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧ ହଜାର ଟଂକା ପ୍ରଦାନ କରିଛନ୍ତି। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରକୁ ଏହି ଟଂକା ପ୍ରଦାନ କରିଛନ୍ତି। ବହୁ ଦିନ ପରେ ଭଗବାନ ରାମଙ୍କ ପାଇଁ ସେବା କରିବାର ସୁଯୋଗ ମିଳିଥିବା ବିନୋଦ କହିଛନ୍ତି। ନିଜର ପତ୍ନୀ ଏବଂ ପରିବାର ସହ ଏହି ଟଂକାକୁ ସେ ଚେକ ଆକାରରେ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ବିନୋଦ ଶତାଧିକ ଗରିବ ଏବଂ ଅସହାୟ ଲୋକଙ୍କୁ ସହଯୋଗ କରିଆସୁଛନ୍ତି। କେବଳ ଗରିବ ଏବଂ ଅସହାୟ ନୁହନ୍ତି, ବରଂ ଜିଲ୍ଲାରେ ଯେତେବେଳେ ବି ବିପତ୍ତି ପଡିଛି ବିନୋଦ ସେତେବେଳେ ଠିଆ ହୋଇ ସହଯୋଗର ହାତ ବଢାଇଛନ୍ତି।

ରାମ ମନ୍ଦିର ପ୍ରତିଷ୍ଠାରେ ତାଂକର ଏହି ସ୍ବଳ୍ପ ଦାନ ମନ୍ଦିର ନିର୍ମାଣରେ ସହଯୋଗ କରିବ ବୋଲି କହନ୍ତି। ମାନବ ସେବା ହିଁ ମାଧବ ସେବାର ବ୍ରତ ନେଇ ସେ ସମାଜସେବା କରିଆସୁଛନ୍ତି। ଏଥିପାଇଁ ତାଂକୁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ସମ୍ମାନୀତ କରାଯାଇଛି। କେବଳ ମାଲକାନଗିରି ନୁହେଁ ପଡୋଶୀ ଛତିଶଗଡରେ ମଧ୍ୟ ବିନୋଦଙ୍କୁ ସମ୍ମାନୀତ କରାଯାଇସାରିଛି। ଜୀବନ ଥିବା ପର୍ଯ୍ୟନ୍ତ ଏଭଳି ସେବା ଜାରି ରଖିବେ ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର