ବର୍ଷା ଦିନେ ପକ୍ଷୀଙ୍କ ପାଇଁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ

ମାଲକାନଗିରି: ମାଲକାନଗିରି ପିଏଫଏ ସ୍ବେଚ୍ଛାସେବୀ ମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଯୋଗାଉଛନ୍ତି। ସ୍ବେଚ୍ଛାସେବୀ ରାମ କୃଷ୍ଣ ଚୌଧୁରୀ ଏବଂ ଦୀପାରାଣୀ ନାୟକଙ୍କ ନେତୃତ୍ବରେ ଜିଲ୍ଲାର ସଦର ମହକୁମାର ବିଭିନ୍ନ ଛକ ସ୍ଥାନ ସହ ଦୈନିକ ବଜାର ଏବଂ ବସଷ୍ଟାଣ୍ଡ ଇତ୍ୟାଦି ସ୍ଥାନରେ ନିଜ ହାତରେ ତିଆରି ଖାଦ୍ୟ ପେଡି ଗୁଡିକ ଉଚ୍ଚ ସ୍ଥାନରେ ଟାଙ୍ଗୁଛନ୍ତି। ସମସ୍ତ ପେଡିରେ ଖାଦ୍ୟ ରଖାଯାଉଛି। ବର୍ଷା ଲଗାଣ ବର୍ଷା ଲାଗି ରହୁଥିବାରୁ ପକ୍ଷୀମାନେ ଖାଦ୍ୟ ପାଇବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହାକୁ ପରିଲକ୍ଷିତ କରି ଏହି ସ୍ବେଚ୍ଛାସେବୀ ମାନେ ବିଭିନ୍ନ ସ୍ଥାନରେ ଖାଦ୍ୟ ରହିଥିବା ବକ୍ସ ଗୁଡିକ ମଧ୍ୟ ରଖୁଥିବା ଦେଖିବାକୁ ମିଳିଛି।

Sambad

ତେବେ ଏହି ସ୍ବେଚ୍ଛାସେବୀ ମାନେ ପୂର୍ବରୁ ମଧ୍ୟ ଘରଚଟିଆ ବଂଶ ବୃଦ୍ଧି ପାଇଁ ବହୁ ପ୍ରୟାସ ଆରମ୍ଭ କରି ଏକ ପ୍ରକାର ସଫଳ ହୋଇଛନ୍ତି। ଏବେ ଲଗାଣ ବର୍ଷାରେ ମଧ୍ୟ ଦିନ ତମାମ ସମସ୍ତ ସ୍ଥାନରେ ବୁଲି ପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା କାମ କରି ବେଶ ପ୍ରଶଂସା ସାଉଁଟୁଛନ୍ତି। ଆଗକୁ ମାଲକାନଗିରି ସମେତ ସମସ୍ତ ବ୍ଲକ ସଦର ମହକୁମାରେ ମଧ୍ୟ ଏଭଳି ପ୍ରୟାସ ଆରମ୍ଭ କରାଯିବା ସହ ଅଧିକାରୁ ଅଧିକା ସ୍ବେଚ୍ଛାସେବୀଙ୍କୁ ଏଥିରେ ଜଡିତ କରି ପକ୍ଷୀ ବଂଶଙ୍କୁ ରକ୍ଷା ରିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର