ଗର୍ଭବତୀଙ୍କୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ସମାଜସେବୀ 

ପାପଡାହାଣ୍ଡି: କରୋନା ଲାଗି ଗାଁ ଠୁ ସହର ସବୁ ଠପ । ଗାଡି ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ । ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ ମହିଳା । ଅସହାୟ ମହିଳାଙ୍କୁ ସହାୟତାର ହାତ ବଢ଼େଇଲେ ସମାଜସେବୀ । କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ପରଜାଗୁଡାରୁ ୧୨୦ କିମି ଦୂର  ଉମରକୋଟ ବ୍ଲକ ଭାମିନି ପଂଚାୟତ ବଡ଼କଣା ଗ୍ରାମ ମହିଳାଙ୍କ ଘରେ ନେଇ ଛାଡ଼ି ଆସିଲେ ।

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡକଣା ଗ୍ରାମର ପ୍ରଭୁ ମଂଗନ ଓ ପତ୍ନୀ ସୁଭଦ୍ରା ଧାନରେ ତିଆରି କଣ୍ଢେଇ କରି ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି । ଉଭୟେ ଦମ୍ପତ୍ତି ଲୋକଙ୍କ ଲାଗି ଗୀତ ଗାଇ ମନରଂଜନ ବି କରିଥାନ୍ତି । ଲକଡାଉନ ସମୟରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ପରଜାଗୁଡାରେ ଉଭୟ ଫସି ରହିଯାଇଥିଲେ । ସେମାନଙ୍କର ଦୁଇ ବର୍ଷର ପୁଅ ଥିବା ବେଳେ ସୁଭଦ୍ରା ୮ ମାସର ଗର୍ଭବତୀ ଥିଲେ । ଗ୍ରାମବାସୀ ଏ ମଧ୍ୟରେ ଏକ ସପ୍ତାହ ଖାଇବାକୁ ଦେଇଥିଲେ । ରହିବାକୁ ସ୍ଥାନ ନ ଥିବାରୁ ଗର୍ଭବତୀ ସୁଭଦ୍ରା ଅସୁବିଧାର ସମ୍ମୁଖୀନ ହେବ ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା ।

ଗ୍ରାମବାସୀ କୁସୁମି ଗ୍ରାମର ସମାଜସେବି ଦେବୀ ଶଙ୍କର ବ୍ରହ୍ମାକୁ ଜଣାଇବା ପରେ ସେ ଘଟଣାସ୍ଥଳଜୁ ସେ ଆସି ଫସିରହିଥିବା ଏହି ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ । ସେ ବବଆ ଗ୍ରାମରୋଜଗାର ସେବକଙ୍କୁ ଯୋଗା ଯୋଗ କରି ଖାଇବା ବ୍ୟବସ୍ଥା କରିଥିଲେ । ହେଲେ ସୁଭଦ୍ରା ନିଜ ଗ୍ରାମ ଭାମିନି ଯିବାକୁ ନିବେଦନ କରିବା ସହ ତାଙ୍କର ଅବସ୍ଥା ଠିକ ନଥିବା କହିଥିଲେ । ସମାଜସେବୀ ଶ୍ରୀ ବ୍ରହ୍ମା ଏ ନେଇ କୋଟପାଡ଼ ବିଡ଼ିଓଙ୍କୁ ଜଣାଇଥିଲେ । ଏହି ଅସହାୟତ ଦମ୍ପତିଙ୍କୁ ଘରେ ଛାଡି ଆସିବା ପାଇଁ ଏକ ପାସର ବ୍ୟବସ୍ଥା କଲେ ସେ ନିଜ ଗାଡିରେ ଦମ୍ପତିଙ୍କୁ ଛାଡି ଆସିବେ ବୋଲି କହିଥିଲେ । ବିଡ଼ିଓ ପାସ ଯୋଗାଡ କରାଇଦେବା ପରେ ସମାଜସେବୀ ବ୍ରହ୍ମା ଦମ୍ପତି ଙ୍କୁ ନିଜ ଗ୍ରାମରେ ଛାଡିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ୧୦୦୦ ଟଙ୍କା ଗର୍ଭବତୀ ମହିଳା ହାତରେ ଦେଇ ଆସିଥିଲେ । ବ୍ରହ୍ମାଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧିତ ଖବର