କ୍ୟାମ୍ପରେ ରୋଷେଇ କରୁଥିଲେ ମାଓବାଦୀ ଚଢ଼ାଉ କଲେ ଯବାନ, ଜଣେ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ବିଛିନ୍ନାଞ୍ଚଳର ପଣସପଦର ଗାଁ ନିକଟରେ ମାଓବାଦୀମାନେ କ୍ୟାମ୍ପ କରିଥିବା ସୂଚନା ଆଇ ଅନ୍ଧ୍ରପ୍ରଦେଶାର ଗ୍ରେ ହାଉଣ୍ଡ ଓ ଓଡ଼ିଶାର ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ ଚଢ଼ାଉ କରିଛନ୍ତି।

ବିଛିନ୍ନାଞ୍ଚଳରେ କମ୍ବିଂ ଅପରେସନ୍‌ ଚାଳାଇଥିବା ଜବାନମାନଙ୍କୁ ଏହି ସୂଚନା ମିଳିଥିଲା। ଫଳରେ ମାଓ କ୍ୟାମ୍ପରେ ରୋଷେଇ କରୁଥିବା ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇ ଜଙ୍ଗଲ ଭିତରକୁ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହିତ ଗୋଟିଏ ଏସଏଲଆର ଓ ଗୋଟିଏ ଥ୍ରି ନଟ୍‌ ଥ୍ରି ବନ୍ଧୁକ ଜବତ କରିଛି। ମାଓବାଦୀମାନେ ଗାଁରେ ଥିବା ଚାଳିଆ ଘରର ସୁଯୋଗ ନେଇ ଖସିଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର