କୋରାପୁଟ: କୋରପୁଟ ଏସଓଜି କ୍ୟାମ୍ପସରେ ରହିଥିବା ଏକ ଟାୱାର ଉପରେ ଚଢିଯାଇଥିଲେ ଯବାନ। ଆଜି ଦିନ ପ୍ରାୟ ୪ଟାବେଳେ ଟ୍ରେନିଂ କରୁଥିବା ହେମନ୍ତ କୁମାର ଷଣ୍ଢ ଟାୱାର ଉପରେ ଚଢିଯାଇଥିଲେ | ଏହାପରେ କୋରାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ତଳକୁ ଓହ୍ଲାଇଥିଲେ। ଏହାପରେ ତାଙ୍କୁ ଛୁଟି ଦିଆଯାଇ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ଯବାନ ଜଣକ ଟାୱାର ଉପରକୁ ଚଢିଲେ ତାହା ତଦନ୍ତ ପରିସରଭୁକ୍ତ ରହିଛି। ତେବେ କୁହାଯାଉଛି ଯେ ଉକ୍ତ ଯବାନ ଜଣକ ପ୍ଲାଟୁନ ଡ୍ୟୁଟି ଯିବାକୁ ଚାହୁଁଥିଲେ। କିନ୍ତୁ ପ୍ଳାଟୁନ ପୂର୍ଣ୍ଣ ହୋଇ ଯାଇଥିବାରୁ ତାଙ୍କ ସ୍ଥାନ ଦିଆଯାଇ ନ ଥିଲା। ଏହାପରେ ସେ କାଳେ ରାଗି ଯାଇ ଟାୱାର ଉପରକୁ ଚଢିଯାଇଥିଲେ । ଓହ୍ଲାଇବା ପରେ ତାଙ୍କୁ ବୁଝାସୁଝା କରାଯିବା ସହ ଛୁଟିରେ ପଠାଇଦିଆଯାଇଛି। ସେଠାରୁ ଫେରିବା ପରେ ସେ ପ୍ଲାଟୁନରେ ଯୋଗ ଦେବେ ବୋଲି ଜଣାପଡିଛି।