ସୋନପୁର: ମଙ୍ଗଳବାର ସୋନପୁର କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ବିଜ୍ଞାନ ଏବଂ ଉପ ନିର୍ଦେଶକ କୃଷି ବିଭାଗ ପକ୍ଷରୁ ବିଶ୍ୱ ମୃତ୍ତିିକା ଦିବସ, ସଚେତନତା ସଭା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ମୁଖ୍ୟ ଅତିଥି କିଏ ହେବ ତାହାକୁ ନେଇ ବିବାଦ ଦେଖାଦେଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେବେ ନାହିଁ, ତେଣୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କୁ ମୁଖ୍ୟ ଅତିଥି କରାଯିବ ବୋଲି ଆୟୋଜକମାନେ ଫୋନରେ କହିଥିଲେ। ଏଣୁ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ କିଛି ସମୟ ପରେ ସେଠାରେ ଜିଲ୍ଲାପାଳ ଦାଶରଥି ଶତପଥୀ ପହଞ୍ଚିବା ପରେ ଜିଲ୍ଲାପାଳଙ୍କୁ ଆୟୋଜକମାନେ ମୁଖ୍ୟ ଅତିଥି କରିବା ସହିତ ପ୍ରଦର୍ଶନୀ ମେଳା ଏବଂ କାର୍ଯ୍ୟକ୍ରମର ଉଦ୍ଘାଟନ ପାଇଁ ଫିତା କାଟିବାକୁ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଭାସ୍ଥଳ ଛାଡ଼ି ଚାଲିଯାଇଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମଧ୍ୟରେ ଡିଡିଏ ପ୍ରଦୀପ ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର ସଂଯୋଜକ ଜୀବନଜିତ ସେନ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ ମିତାଲି ମହାକୁଡ, ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ, ପୂର୍ଣ୍ଣଚନ୍ଦ୍ର ବିଶି, ରୋହିଣୀ ଡାଙ୍ଗ, ସୁଶାନ୍ତ ପଣ୍ଡା,ଏନଆରସି ପ୍ରତିନିଧି ରାଜକିଶୋର ମେଣ୍ଡଲି ପ୍ରମୁଖ ଯୋଗଦେଇ ମୃତ୍ତିକା ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କୃଷି ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସ୍ମିତା ପଣ୍ଡାଙ୍କ ସଂଯୋଜାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ଅଧିକାରୀ ଗଦାଧର ବାରିକ, ମୃତ୍ତିକା ରସାୟନବିତ ଅନିଲ ପ୍ରହରାଜ ପ୍ରମୁଖ ସହଯୋଗ କରିଥିଲେ।