ମୃତ୍ତିକା ସଂରକ୍ଷଣ ତାଲିମ ପ୍ରତିଷ୍ଠାନ ୭ ବର୍ଷ ହେଲା ବନ୍ଦ, ଟ୍ରେନିଂ ପାଇଁ ଭୁବନେଶ୍ବର ଯାଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମୃତ୍ତିକା ସଂରକ୍ଷଣ ତାଲିମ ପ୍ରତିଷ୍ଠାନ ଭାବେ ଏକ ମାତ୍ର କୋରାପୁଟ ଜିଲ୍ଲାରେ ରହିଥିଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଷ୍ଟାଫଙ୍କର ଅଦୂରର୍ଶୀତା ହେତୁ ୭ ବର୍ଷ ହେଲା ବନ୍ଦ ପଡିଛି। ଏହିଠାରୁ ଶିକ୍ଷା ଗ୍ରହଣ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ସାରା ଓଡ଼ିଶାରେ ନାଁ କରୁଥିଲେ। ବିଗତ ୧୦ ହେଲା ଏହା ବନ୍ଦ ହେଲାଣି ଯେ ଏହାକୁ ଖୋଲିବାକୁ ନାଁ ଧରୁ ନାହାନ୍ତି ରାଜ୍ୟ ସରକାର। ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଏବେ ରାଜଧାନୀ ଯାଇ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି। ତେବେ ୧୦ ବର୍ଷ ହେବ ଜୟପୁର ରୋଡରେ ରହିଥିବା ଏହି ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ କେଉଁ ଆଧାରରେ ଏହିଠାରେ ରହିଥିବା କର୍ମଚାରୀଙ୍କୁ ଦରମା ଦିଆଯାଉଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ୨୦୧୪ ବେଳକୁ ଏହି ଅନୁଷ୍ଠାନ ବନ୍ଦ ହୋଇଗଲା।

ଏହି ଠାରେ ଦୁଇ ବର୍ଷିଆ ଓ ଏକ ବର୍ଷିଆ ପାଠ୍ୟକ୍ରମ ରହିଥିବାବେଳେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ରହିଥିଲା ହଷ୍ଟେଲର ସୁବିଧା। ଏହାସହ ସବୁ ଷ୍ଟାଫ ରହିଥିଲେ ମଧ୍ୟ କାହିଁକି ଏହାକୁ ବନ୍ଦ କରାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାସହ ଏହିଠାରେ ରହିଥିବା ୧୩ ଜଣ ଷ୍ଟାଫ ରହିଛନ୍ତି। ପ୍ରତିମାସରେ ଏହି କର୍ମଚାରୀମାନେ ଅର୍ଥ ଉଠାଉଥିବା ଜଣାପଡିଛି। ଏବେ ଏହିଠାରେ କେବଳ ଅଫିସ କାମ ଚାଲୁଥିବା ଜଣାପଡିଛି। ତେବେ ସବୁଠୁ ବଡ କଥା ହେଲା ଏହି ଅନୁଷ୍ଠାନର ଜମି ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପଡିଛି।

ଏହିଠାରେ କିଛି ଲୋକ ଘର ନିର୍ମାଣ କରୁଥିବାବେଳେ ମାମଲା ଯାଇ ଥାନା ସହ ହାଇକୋର୍ଟରେ ପହଞ୍ଚିଛି। ଏହାସହ ପ୍ରଶାସନ ପକ୍ଷରୁ ଏହି ଜମି ନିଜର ବୋଲି କହୁଥିବାବେଳେ ମାମଲା କରୁଥିବା ନିଦ୍ଧିଷ୍ଟ ଲୋକ ମଦ୍ୟ ତାଙ୍କ ଜମି ବୋଲି ଦାବି କରୁଛନ୍ତି। ପୂର୍ବରୁ ଏହି ଜମିରେ ଏକ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କୁଲ ରହିଥିଲା। ଏହି ସ୍କୁଲ ବନ୍ଦ ହେବା ବିଭାଗ ପକ୍ଷରୁ ଏହି ଅନୁଷ୍ଠାନକୁ ଜମି ହସ୍ତାନ୍ତର ହୋଇଥିଲା। ଏବେ ଏହାକୁ ନେଇ ବିବାଦ ଉଠିଥିବା ଜଣାପଡିଛି।

ଏନେଇ ୱାଟରସେଡର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ କହିଛନ୍ତି ଯେ, ଏହି ଜମି ଏବେ କୋର୍ଟରେ ବିଚାରଧୀନ ରହିଛି। ତେଣୁ ଏହି ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। ଏନେଇ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ, ଏସପିଙ୍କ ସହ ସ୍ଥାନୀୟ ଥାନାରେ ମାମଲା ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର