ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ରେଟୁଡି ଗ୍ରାମରେ ଲାଗିଲା ସୋଲାର ଲାଇଟ୍। ହାତୀ ଉପଦ୍ରଵ ଯୋଗୁଁ ଗ୍ରାମବାସୀ ସବୁବେଳେ ସଞ୍ଜ ନଇଁଲେ ତ୍ରାହିତ୍ରାହି ଡାକୁ ଥିଲେ। ଚଳିତ ବର୍ଷ ଦୀର୍ଘ ଦିନକାଳ ହାତୀପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ଜଣକୁ ଆକ୍ରମଣ କରିଥିଲେ। ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଗାଁରେ ସୋଲାର ଲାଇଟ ଲଗେଇବା ନିମନ୍ତେ ଅନୁରୋଧ କରିଥିଲେ, ଯାହାକୁ ଗତ ମଇ ମାସ ୨୯ତାରିଖ ଦିନ ଦୈନିକ ଓଡ଼ିଆ ଖବର କାଗଜ ‘ସମ୍ବାଦ’ରେ ରେଟୁଡି ଗ୍ରାମବାସୀଙ୍କ ମନରୁ ହାତୀଭୟ ହଟିନି, ଗାଁରେ ସୋଲାର ଲାଇଟ ଲାଗେଇବାକୁ ଦାବି ଶୀର୍ଷକ ଖବର ପ୍ରକାଶ ପାଇବା ପରେ କଳିଙ୍ଗା ଅଞ୍ଚଳର ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଜଣାଇବା ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।
ଇତି ମଧ୍ୟରେ କୁରୁମିଙ୍ଗିଆ ଠାରୁ ରେଟୁଡି ଯାହାକି ହାତୀମାନଙ୍କ ଚଲାପଥ ତାକୁ ଚିହ୍ନଟ କରାଯିବା ପରେ ୧୦ଗୋଟି ସୋଲାର ଷ୍ଟ୍ରିଟ ଲାଇଟ ଖୁଣ୍ଟ ପୋତି ଲାଇଟ ଲଗାଯାଇଛି । ଏହି ଅଞ୍ଚଳ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ହାତୀ ଦ୍ବାରା ଅନେକ କ୍ଷୟ କ୍ଷତି ହୋଇଥିଲା। ହାତୀ ଭୟରେ ଲୋକେ ବାହାରକୁ ବାହାରି ପାରୁନ ଥିଲେ କାରଣ ରାସ୍ତା ଅନ୍ଧାର ହେଉଥିଲା। ତେଣୁ ସରକାର ରେଟୁଡ଼ି ବାସୀଙ୍କର ସମସ୍ୟା ହୃଦୟଙ୍ଗମ କରି ସୋଲାର ଲାଇଟ୍ ଯୋଗେଇଥିବାରୁ ଗ୍ରାମବାସୀ ଧନ୍ୟବାଦ୍ ଦେବା ସହ ସମ୍ବାଦ ଏବଂ ସମ୍ବାଦ ପ୍ରତିନିଧି ସମୀର ପାଢ଼ୀ, ସାମନ୍ତ ଶେଖର ନାୟକଙ୍କ ସମେତ ଟୁଇଟର ଭାଇ ଆମନ୍ ଚନ୍ଦ୍ର ନାୟକଙ୍କୁ ଖବର ପ୍ରସାରଣ କରି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଗ୍ରାମବାସୀ ଧନ୍ୟବାଦ୍ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/IMG-20240806-WA0400.jpg)