ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବିଏସଏଫ୍ କ୍ୟାମ୍ପ ୧୫୫ ବାଟାଲିଆନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିଥିବା ଯବାନ ଜଣକ ଆଫେସ କୁମାର ବରିହା (୪୪ )ଓ ତାଙ୍କ ଘର ଗୁଜୁରାଟ୍ ରାଜ୍ୟ ବୋଲି ଜଣାପଡିଛି। ଆସନ୍ତା ଜାନୁଆରି ମାସରେ ସେ ଚାକିରିରୁ ଅବସର ନେଇଥାନ୍ତେ ବୋଲି ସାଥି ଯବାନମାନେ ପ୍ରକାଶ କରିଛନ୍ତି।

Advertisment

ଖବର ନେବାରେ ଜଣା ପଡିଛି କି କୌଣସି କାରଣରୁ କ୍ୟାମ୍ପ ଭିତରେ ଥିବାଏକ ଅବ୍ୟବହୃତ ଶୌଚାଳୟରେ ସେ ଆଜି ଦଉଡି ଲଗାଇ ଝୁଲି ପଡିଥିଲେ। କିଛି ସମୟ ପରେ ଏହା ଦେଖି ଅନ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି। କେଉଁ କାରଣରୁ ଯବାନ ଜଣକ ଆତ୍ମହତ୍ୟା କରିଛନ୍ତି ବର୍ତମାନ ସୁଦ୍ଧା କାରଣ ଅସ୍ପଷ୍ଠ ରହିଛି |