ନକ୍ସଲ ଯୋଜନା ପଣ୍ଡ; ୫୩୦ ସ୍ପାଇକ ସହ ୪୦ ସ୍ବାଇକ ହଲକୁ ଠାବ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସିଆରପିଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ୫୩୦ଟି ସ୍ପାଇକ ଜବତ କରାଯିବା ସହ ୪୦ଟି ସ୍ପାଇକ ହଲକୁ ଠାବ କରାଯାଇଛି। ସୂଚନା ଅନୁଯାୟୀ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ପୋଟକପାଲ୍ଲୀ ଅଂଚଳରେ ଅବସ୍ଥାପିତ ୨୧୨ ସିଆରପିଏଫ ଯବାନ କୁମ୍ବିଂକୁ ସକାଳୁ ବାହାରିଥିଲେ। ତେବେ ପୋଟକପାଲୀ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ସ୍ପାଇକ ହଲ ଦେଖିବାକୁ ମିଳିଥିଲା। ଯବାନ ସତର୍କ ହୋଇଯାଇଥିଲେ। ଯବାନ ଜଂଗଲରେ ଅଧିକା ସର୍ଚ୍ଚ କରିବା ବେଳେ ୪୦ଟି ସ୍ପାଇକ ହଲକୁ ଠାବ କରିଥିଲେ। ଏଥିରେ ନକ୍ସଲ ୫୩୦ଟି ସ୍ପାଇକ ଲଗାଇଥିଲେ। ଯାହାକି ଅତି ମାରାତ୍ମକ ଥିଲା। ନକ୍ସଲ ଯବାନଙ୍କୁ ଟାର୍ଗେଟ କରି ଜଂଗଲରେ ମୃତ୍ୟୁର ଜାଲ ବିଛାଇଥିଲେ।

ଯାହାକି ଯବାନ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ସ୍ପାଇକ ହଲରେ ଲୁହା କଣ୍ଟା, ମୁନିଆ ଲୁହା ଛଡ, କାଚ ଇତ୍ୟାଦି ଲଗାଇଥିଲେ। ସ୍ପାଇକ ହଲରେ ଯବାନ ଫସିବା ପରେ ନକ୍ସଲ ସହଜରେ ଯବାନଙ୍କୁ ଆମ୍ବୁଲାନ୍ସରେ ଫସାଇ ମାରି ପାରିଥାନ୍ତେ। ତେବେ ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଅଳ୍ପକେ ଯବାନ ବର୍ତ୍ତିଯାଇଛନ୍ତି। ସିଆରପିଏଫ କମାଣ୍ଡାଣ୍ଟ ଜଗଦିଶଙ୍କ ନେତୃତ୍ବରେ ଉଗମା ରାମ, ସହ କମାଣ୍ଡାଣ୍ଟ ଲୋକେଶ ଶୁକ୍ଲା, ନିଶାନ୍ତ ୟାଦବ ପ୍ରମୁଖ ଏହି ନକ୍ସଲ ଅଭିଯାନରେ ସାମିଲ ଥିଲେ ବୋଲି ଜଣାପଡିଛି। ପ୍ରକାଶ ଥାଉକି ଗତକାଲି ମଧ୍ୟ ସୁକମାରେ ଅବସ୍ଥାପିତ ୭୪ ସିଆରପିଏଫ ଯବାନ ୩୦ରୁ ଉର୍ଦ୍ଧ୍ବ ସ୍ପାଇକ ହଲକୁ ଠାବ କରିଥିଲେ।ଏବେ ଛତିଶଗଡ ଜଂଗଲରେ ମୃତ୍ୟୁର ଜାଲ ସ୍ପାଇକ ହଲ ବିଛେଇ ହୋଇ ପଡିଛି। ଯେଉଁଠି ସାଧାରଣ ଲୋକ ମଧ୍ୟ ଫସି ମୃତ୍ୟୁବରଣ କରୁଛନ୍ତି।

ସମ୍ବନ୍ଧିତ ଖବର