ଜୟପୁର: ମା’ର ଏତଲା କ୍ରମେ ପୁଅ ଗିରଫ।   ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁର ଟାଉନଥାନା ଅଂଚଳରେ। ମା‌’କୁ ମାରପିଟ୍ କରି ଟଙ୍କା ‌ଛଡାଇ ନେଇଥିବା ଅଭିଯୋଗରେ ପୁଲିସ ପୁଅକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

Advertisment

ମିଳିଥିବା ସୂଚନା ମୁତାବକ,  ଟାଉନଥାନା ଅର୍ନ୍ତଗତ ଓଡିଆ ମେଦ୍ରୀସାହିର  ବିଧବା ପ୍ରମିଳା ପାଙ୍ଗୀ ସ୍ବାମୀର ମୃତ୍ୟୁ ପରେ ନାହିଁ ନଥିବା ଅସୁବିଧାରରେ କାମ ଧନ୍ଦା କରି ବଂଚୁଛନ୍ତି। ଏଠାରେ ଥିବା ସମୟରେ ତାଙ୍କ ପୁଅ ସବୁ ବେଳେ ଗଣ୍ଡଗୋଳ କରି ମାରପିଟ୍ କରୁଥିବା ସେ ଘର ଛାଡ଼ି ନୂଆସାହି ୪ର୍ଥ ଲାଇନରେ ରହି ଆସୁଛନ୍ତି। ଗତ ୩୧ତାରିଖ ଦିନ  ପ୍ରମିଳା ଗୋପବନ୍ଧୁନଗରରେ ରହୁଥିବା ଝିଅ ଘରୁ ‌ଯାଇ ଫେରୁଥିବା ବେଳେ ବାଟରେ ତାଙ୍କ ଅଭିଯୁକ୍ତ ତଥା ତାଙ୍କ ପୁଅ ମହେଶ ପାଙ୍ଗୀ(୨୮)ଭେଟିଥିଲା। ତାଙ୍କୁ ପୁଣି ମାରପିଟ୍ କରିବା ସହ ସେ ଧରିଥିବା ଦେଢ଼ ଶହ ଟଙ୍କା ଛଡ଼ାଇ ନେଇଥି‌ଲା।  ପ୍ରମିଳା ଯେତେ ମାଗିଲେ ବି ଅଭିଯୁକ୍ତ ମହେଶ ଏହି ଟଙ୍କା ଦେଇ ନଥିଲା। ପ୍ରମିଳା ଏ ନେଇ ଜୟପୁର ଟାଉନଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ମହେଶକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଘଟଣାର ତଦନ୍ତ ଏସଆଇ ନବୀନ ଚୌଧୁରୀ କରିଥିଲେ।