ଦେବଗଡ଼: ମଦ ପିଇବା ଏବଂ ବାହାରେ ଏଣେ ତେଣେ ନ ବୁଲିବା ପାଇଁ କହିବାରୁ ପୁଅର ଆକ୍ରୋଶର ଶିକାର ହୋଇଛନ୍ତି ବାପା ଓ ମା’। ମାଡ଼ ମାରି ଗୁରୁତର ଆହତ କରି ଦେଇଛି ନିଶାସକ୍ତ ପୁଅ। ଏ ନେଇ ଆହତ ବାପା ଓ ମା’ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମର ପ୍ରତାପ ମହାକୁଳ ତାଙ୍କ ପୁଅ କାହ୍ନା ବିଭିନ୍ନ ସମୟରେ ଘରକୁ ମଦ ପିଇ ଆସୁଥିଲା। ଏହାକୁ ପ୍ରତାପ ବାରଣ କରିଥିଲେ। ତେବେ ଗୁରୁବାର ମଧ୍ୟ ସେ ପୁଅକୁ କାହିଁକି ଏତେ ସମୟ ବାହାରେ ବୁଲୁଛୁ ବୋଲି ପଚାରିବାରୁ କାହ୍ନା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହାପରେ ଏକ ବାଡ଼ିରେ ବାପା ପ୍ରତାପଙ୍କୁ ମାଡ ମାରିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ରକ୍ତସ୍ରାବ ଯୋଗୁଁ ସେ ତଳେ ପଡିଯାଇଥିଲେ। ଏହା ଦେଖି କାହ୍ନାଙ୍କ ମା’ ବିରୋଧ କରିବାରୁ ସେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲା। ତେବେ ପ୍ରତାପ ଏବଂ ତାଙ୍କ ପତ୍ନୀଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରତାପଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ପ୍ରତାପ ମେଡିକାଲରୁ ଚିକିତ୍ସିତ ହୋଇ ଫେରିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ମଦ ପିଇବାକୁ ବାରଣ କରିବାରୁ ବାପା, ମା’ଙ୍କୁ ପିଟିଲା ପୁଅ
/sambad/media/post_attachments/wp-content/uploads/2019/08/man-beating-woman1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)