ବିବାହିତ ଝିଅକୁ ଘେର ରଖିବା ନେଇ ମା’କୁ ଭୁଜାଲିରେ ହାଣି ହତ୍ୟା କଲା ପୁଅ

କେନ୍ଦ୍ରାପଡା: କେନ୍ଦ୍ରାପଡା ଡେରାବିଷ ଥାନା ଦୁମୁକା ଗାଁରେ ଏକ ଅଘଟଣ ଘଟିଛି । ଘରୋଇ କଳିକୁ କେନ୍ଦ୍ର କରି ମା’କୁ ଭୁଜାଲିରେ ହାଣି ପୁଅ ହତ୍ୟା କରିଛି।

ସୂଚନାଯୋଗ୍ୟ, ତୁଳସୀ ଓ ତାଙ୍କ ପୁଅ କମଳାକାନ୍ତର ଅଧିକାଂଶ ସମୟ ନିଜ ଝିଅକୁ ନେଇ ଝଗଡା ଲାଗିରହୁଥିଲା। ତୁଳସୀ ତାଙ୍କର ବିବାହିତ ଝିଅକୁ ଘରେ ରଖିବାକୁ ଚାହୁଁଥିବାରୁ ପୁଅ ଏହାକୁ ବିରୋଧ କରୁଥିଲା । ତେବେ ଘରେ କେହି ନଥିବା ବେଳେ କମଳାକାନ୍ତ ମା’କୁ କୁକୁଡା ଫାର୍ମକୁ ବାହାନା କରି ଡାକିଥିଲା। ଏହାପରେ ସେଠାରେ ପୁଅ ମା’କୁ ଭୁଜାଲିରେ ହାଣି ହତ୍ୟା କରିଥିଲା। ହତ୍ୟାପରେ ଛାତ ଉପରୁ ହଠାତ ପଡିଯିବା ହେତୁ ମା’ର ମୃତ୍ୟୁ ହୋଇଥିବା ପୁଅ ଥାନାରେ ଏତଲା ହୋଇଥିଲା । ଏହା ପରେ ପୁଲିସର ତଦନ୍ତ ଆରମ୍ଭ ହୋଇଥିଲା, ପରେ ପରିବାର ଲୋକଙ୍କ କଥାରେ ସନ୍ଦେହ ହେବାରୁ ପୁଲିସ ପୁଅକୁ ଅଟକ ରଖିଥିଲା । ଏବଂ ପଚରାଉଚରା ସମୟରେ ପୁଅ ମା’କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା ।

ସମ୍ବନ୍ଧିତ ଖବର