ଅନୁଗୁଳ: ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।

Advertisment

ମୃତକ ଦୁଇଜଣ ହେଲେ ଛେଣ୍ଡିପଦା ଥାନା ହରିବେରେଣୀ ଗାଁ ବଳରାମ ପ୍ରଧାନ ଓ ତାଙ୍କ ବାପା ଅରକ୍ଷିତ ପ୍ରଧାନ । ସୂଚନା ଅନୁସାରେ ଦୁଇଜଣ ମୋଟରସାଇକେଲ ଆରୋହି ଜାତୀୟ ରାଜପଥ ୫୫ ରେ ବାମୂର ଗାଁ ବଳରାମଙ୍କ ଶ୍ଵଶୁର ଘରୁ ଛେଣ୍ଡିପଦା ଘରକୁ ଫେରୁଥିଲେ ।

ତେବେ ପ୍ରତାପପୁରଠାରେ ପଛରୁ ଦ୍ରୁତ ଗତିରେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।