ଶ୍ବଶୁର ଘରେ ଜ୍ବାଇଁଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକ ଘର ସିଲିଂରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ଅଲେଖ ସାହୁ (୩୫) ବୋଲି ଜଣାପଡ଼ିଛି। ସୂଚନା ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଲେଖଙ୍କ ଘର ଉକ୍ତ ଛକ ନିକଟରେ ହୋଇଥିବା ବେଳେ ସେ ଶ୍ବଶୁର ଘରେ ରହୁଥିଲେ। କୌଣସି କାରଣକୁ ନେଇ ଗତକାଲି ପାରିବାରିକ କଳହ ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର