କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବୋରିଂପଦରର କୁଳେଶ୍ୱର ପୁଟେଲ (୪୦ ବର୍ଷ) ବଗାଡ଼ସ୍ଥିତ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ସମୟରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କୁଳେଶ୍ୱରଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଶ୍ବଶୁର ଘର ଲୋକେ ଏକ ବଲେରୋ ଗାଡ଼ିରେ ଶବ ପଠାଇଦେଇ ବିନା ପୁଲିସ ସୂଚନାରେ ପୋଡ଼ିବାକୁ ଚେଷ୍ଟା କରୁଥିଲେ। ଖବର ପାଇ କେସିଙ୍ଗା ପୁଲିସ ପହଞ୍ଚି ଶବ ଜବତ କରିବା ବ୍ୟବଚ୍ଛେଦ କରାଇଥିଲା। ଅନ୍ୟପଟେ କୁଳେଶ୍ବରଙ୍କୁ ମାଡ଼ ମରାଯାଇଥିବା ନେଇ ପରୋକ୍ଷରେ ଅଭିଯୋଗ ହୋଇଛି। ଏହାର ନିରପେକ୍ଷ ତଦନ୍ତ ହେଲେ ଅସଲ କଥା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଶ୍ବଶୁର ଘରେ ଜ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)