ପୁଅର କଟୁରୀ ଚୋଟରେ ବାପର ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଚ୍ଛୋଳ ପଞ୍ଚାୟତ ତଥା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ପୁଅର କଟୁରୀ ଚୋଟରେ ବାପର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପିତାଙ୍କ ନାମ ବାଇଧର ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ବାଇଧର ବେହେରା(୫୫) ଓ ତାଙ୍କ ସାନପୁଅ ଗୁରୁଚରଣ ବେହେରାଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ଲାଗି ରହିଥାଏ। ଏଇ କିଛିଦିନ ହେବ ବାପ ଓ ପୁଅଙ୍କ ମଧ୍ୟରେ କଳହ ବଢ଼ି ଯାଇଥିଲା। ଏଥିରେ ବାଇଧର ଓ ଗୁରୁଚରଣଙ୍କ ମଧ୍ୟରେ କଥାକଟାକଟି ହେବା ସହ ମାଡ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ଆଜି ପୁଅ ରାଗି ଯାଇ ହାତରେ ଏକ କଟୁରୀ ଆଣି ବାପା ଉପରେ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ବାଇଧର ବେହେରା ଟଳି ପଡ଼ିଥିଲେ। ବାପକୁ ହତ୍ୟା କରିବା ପରେ ପୁଅ ଗୁରୁଚରଣ ବେହେରା ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ବିଂଝାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର