ସମ୍ବଲପୁର: ତରକାରୀ ଖରାପ ହେବାରୁ ବାପାକୁ ଛୁରି ଭୁସିି ହତ୍ୟା କଲା ପୁଅ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଠେଲକୋଇ ଥାନା ଅଞ୍ଚଳରେ ଗତକାଲି ରାତିରେଏକ ଅଭାବନୀୟ ଘଟଣା ଘଟିଛି। ରାତ୍ରୀ ଭୋଜନ  ପାଇଁ ପ୍ରସ୍ତୁତ ହୋଇଥିିବା ତରକାରୀ  ସ୍ୱାଦିଷ୍ଟ ହୋଇ ନ ଥିବାରୁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଶୋଇଥିବା ବାପାକୁ ପୁଅ ଛୁରିରେ ଭୁସି ହତ୍ୟା କରିବା ପରି ଏକ ଲୋମଟାଙ୍କୁରା ଘଟଣା ଘଟିିଛି। ଗତକାଲି ରାତିରେ ଏହି ଟଣା ଘଟିଥିଷଳ ମଧ୍ୟ ଆଜି ସକାଳେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ପୁଲିସ ଠାରୁ ପ୍ରକାଶ ଯେ,  ଠେଲକୋଇ ଥାନା ଅନ୍ତର୍ଗତ ଗଣ୍ଡପଡ଼ାରେ  ରୁହନ୍ତି ସୀତାରାମ ମକର(୬୦ ବର୍ଷ) ।ଗତକାଲି ରାତିରେ  ଖାଇବା ବେଳ ତରକାରି ଠିକ୍‌ ଲାଗୁ ନ ଥିବାରୁ ତାଙ୍କ ପୁଅ ସଞ୍ଜିବ ମକର ପାଟିତୁଣ୍ଡ କରିଥିଲେ । ଏହାକୁ ବିରୋଧ କରିଥିଲେ ବାପା ସୀତାରାମ। ଯାହା ଘରେ ପ୍ରସ୍ତୁତ ହୋଇଛି ସେୟା ଖାଇବାକୁ  ସୀତାରାମ  ସଞ୍ଜୀବଙ୍କୁ କହିବାରୁ ସଞ୍ଜୀବ ଏହାକୁ ସହ୍ୟ କରି ପାରି ନ ଥିଲେ। ଏପରିକି ସଞ୍ଜୀବ ଏଥିପାଇଁ ଘରେ ପାଟିତୁଣ୍ଡ କରିବା ସହିତ ରାତିରେ ଖାଦ୍ୟ ଖାଇ ନ ଥିଲେ। ସୀତାରାମ ଖାଇ ସାରି ନିଜ କୋଠରିରେ ଯାଇ ଶୋଇଥିଲେ। ତେବେ କିଛି ସମୟ ପରେ ସଞ୍ଜୀବ ଘରେ ଥିବା ଏକ ଛୁରି ଧରି ସୀତାରାମଙ୍କ ପେଟକୁ ବାରମ୍ବାର ଭୁସି ହତ୍ୟା କରିଥିଲେ। ସୀତାରାମଙ୍କ ଚିତ୍କାର ଶୁଣି ପରିବାର ଅନ୍ୟ ଲୋକେ ଦୌଡି ଆସିବାରୁ ସଞ୍ଜୀବ ଖସିଯିବାକୁ ଚେଷ୍ଠା କରିଥିଲେ। ତେବେ ଛୁରି ଆଘାତରେ ଘଟଣାସ୍ଥଳରେ ହିଁ ସୀତାରାମଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଗାଁରେ ପହଞ୍ଚି ସଞ୍ଜୀବଙ୍କୁ ଗିରଫ କରିବା ସହିତ ମୃତଦେହ ବ୍ୟବଛେଦ ପାଇଁ  ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର